କବିତା
ଦୂରରୁ ହୁଅ ଗେଲ

ଆକ୍ଵାରିଅମର ମାଛକୁ ଦେଖି
ବିଲେଇ ଅଛି ଚାହିଁ
ମାଛ କହୁଛି ନାଚିନାଚିକା
ପାରିବ ନାଇଁ ଛୁଇଁ ।
ରଙ୍ଗରଙ୍ଗିଆ ମାଛକୁ ଦେଖି
ଲାଳ ପଡୁଛି ଗଡି
ନିରିଭୟରେ ମାଛ ଖେଳନ୍ତି
ମଜାରେ ଯୋଡିଯୋଡି ।
ବିଲେଇ କହେ - ଖାଇବି ନାଇଁ
ଆସ ମୋ ସାଥେ ଖେଳ
ମାଛ କହିଲା - ଭାବଟା ଥାଉ
ଦୂରରୁ ହୁଅ ଗେଲ ।
ସଂପାଦିକା - ଇନ୍ଦ୍ରଧନୁ
ଦମକିପାଲି ,ପାଟଣାଗଡ,ଜି.ବଲାଙ୍ଗିର

ଲେଖା ସମ୍ପର୍କୀୟ ମତାମତ
ବୃନ୍ଦାବନ କୁମ୍ଭାର
10-02-2024 / 11:39:33
ଅତି ସୁନ୍ଦର