Skip to content
ଶିଶୁ କିଶୋର

କବିତା

ହେବୁ ଜଗତଜିତା

ହେବୁ ଜଗତଜିତା

ଅଶି ବରଷ ଜେଜେମା ବୁଢ଼ୀ
ସକାଳେ ଶେଯ ଛାଡ଼ି
ଦାଣ୍ଡ ଅଳିଆ ଖରକୁଥିଲା
ହାତରେ ଧରି ଝୁଡ଼ି ।୧।
ଗେହ୍ଲୀ ନାତୁଣୀ କହିଲା ତାକୁ
ଚାଲୁଛ ତୁମେ ନଇଁ
କାହିଁକି ପୁଣି କାମ ଯେ କର
ବୁଝିପାରୁନି ମୁହିଁ ।୨।
ତୁଣ୍ଡ ଖୋଲିଲା ଜେଜେ ମା ବୁଢ଼ୀ
କହିଲା ଆଲୋ ଗେହ୍ଲୀ
ଅକଲ ତୋର ଅଛି କି ନାହିଁ
ବାରେ ପରଖୁଥିଲି ।୩।
ଜାଣିଲି ଏବେ, ନାତୁଣୀ ତତେ
ସାବାସୀ ଦେଲି ମୁହିଁ
ବୁଦ୍ଧି ଖଟାଇ ଏମିତି କଥା
ବହିବୁ ଯଦି ତୁହି ।୪।
ମାଡ଼ିଚାଲିବୁ ଆଗକୁ ସଦା
ଅରଜି ସଫଳତା
ଜୀବନସାରା ହାରିବୁ ନାହିଁ
ହେବୁ ଜଗତଜିତା ।

ସଦସ୍ୟ-ଶିଶୁ କିଶୋର ସାହିତ୍ୟ ଏକାଡ଼େମୀ > ଓଡ଼ିଶା,

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଫେବୃଆରୀ:୨୦୨୪ , ପ୍ରଥମ ବର୍ଷ : ଦ୍ଵିତୀୟ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion