Skip to content
ଶିଶୁ କିଶୋର

କବିତା

ତାଙ୍କ ଠାରୁ ଆମେ ହୀନ

ତାଙ୍କ ଠାରୁ ଆମେ ହୀନ

ଅଳପରେ ତାଙ୍କ ଖୁସି ଭରିଯାଏ
ମାଗନ୍ତିନି କେବେ ଭିକ,
ଚୋରି ଧପାବାଜି ଶିଖିବି ନାହାଁନ୍ତି
ମିଛକୁ କରନ୍ତି ଧିକ ।।

ସକାଳୁ ଯାଆନ୍ତି କାମ ସନ୍ଧାନରେ
ସନ୍ଧ୍ୟାରେ ଆସନ୍ତି ଫେରି,
ଡର ଭୟ ତାଙ୍କ ପାଖ ମାଡ଼େ ନାହିଁ
ସଭିଏଁ ଆପଣା ପରି ।।

ଭାରି ସ୍ୱାଭିମାନୀ ପ୍ରକୃତି ଉପରେ
ଭରସା କରନ୍ତି କେତେ
ଜଙ୍ଗଲ ଦ୍ରବ୍ୟରେ ଚଳନ୍ତି ଖୁସିରେ
ଭୁଲି ଛନ୍ଦ ମୋହ ଯେତେ ।।

ଆଦିବାସୀ ବୋଲି କହିଥାଉ ସିନା
ତାଙ୍କ ଠାରୁ ଆମେ ହୀନ,
ତାଙ୍କ ମନ ପରି ଆମ ମନ ହେଲେ
ରହିବାନି କେହି ଦୀନ ।।

କୁସୁପୁର କୁଆଁପାଳ-୭୫୪୨୦୪ କଟକ

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଫେବୃଆରୀ:୨୦୨୪ , ପ୍ରଥମ ବର୍ଷ : ଦ୍ଵିତୀୟ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ବୃନ୍ଦାବନ କୁମ୍ଭାର

10-02-2024 / 11:36:59

ଅତି ସୁନ୍ଦର ଶିକ୍ଷଣୀୟ କବିତା ଆଦିବାସୀଙ୍କ ଉପରେ ଆଧାରିତ କବିତା

ଜୟକୃଷ୍ଣ ସାହୁ

04-02-2024 / 18:59:48

ଶିଶୁ ମନଲାଖି କଵିତାଟିଏ। ମନକୁ ଛୁଇଁଲା।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion