କବିତା
ଶିରି ଶିରି ଶୀତ

ହଲି ଝୁଲି ଗେଣ୍ଡୁଫୁଲ
ବିତରେ ତା ବାସ
ଶିଶିରରେ ଭିଜି ଧଳା
ଦିଶେ ଦୁବଘାସ ||
ଉଡିଆସି ପ୍ରଜାପତି
ବସିଲାଣି ଫୁଲେ
ପବନ ପରଶେ ଗଛେ
ଫୁଲ ଫଳ ଝୁଲେ ||
ଧାନପାଚି ସୁନାପରି
ଦିଶିଲାଣି ବିଲେ
ଉଷୁମ ପୋଷାକ ଘରେ
ପିନ୍ଧିଲେଣି ପିଲେ ||
ଶିରି ଶିରି ଶୀତ ଆସେ
ଦେହ ଉଠେ ଥରି
ସହରୁ ବେପାର ସାରି
ଫେରିଆସେ ନରି ||
ମୁହଁସଞ୍ଜେ ଶୀତେଥରି
ଆଇ ପୁଏଁ ନିଆଁ
ଶୀତକୁ ନଡ଼ରି କୁନା
ମାରୁଥାଏ ଡିଆଁ ||
ପ୍ରଶାନ୍ତ କୁମାର ଦାଶ
କୁଞ୍ଜର ସଙ୍ଗଳାଇ
ପିପିଲି ପୁରୀ
Mobile -9668822190

ଲେଖା ସମ୍ପର୍କୀୟ ମତାମତ
Sanatan Panda
26-02-2024 / 14:52:57
ସୁନ୍ଦର କବିତା, ବେଶ ମନଛୁଆଁ, ବଢ଼ିଆ ଲାଗିଲା |
Jayakrushna Sahu
19-02-2024 / 20:12:14
କଵିତାଟି ଭଲଲାଗିଲା। ଧନ୍ୟବାଦ୍।