କବିତା
ଆସ ଆମେ ଶିଖିବା

କୋଇଲିର କୁହୁ ପରାଣକୁ ମୋହେ
ସାଧନାରେ ମିଳେ ଜ୍ଞାନ
ପିତାମାତା ସେବା କରୁଥିବ ନିତି
ପୁଜୁଥିବ ଗୁରୁଜନ |
ଫୁଲରୁ ଫୁଲ ଉଡି ମଧୁମକ୍ଷିକା
ସଞ୍ଚିଥାଏ ସଦା ମହୁ
ଜଗତର ହିତେ କର୍ମ ସାଧୁଥିବା
ତେଜି ଲୋଭ ମାୟା ସବୁ |
ସକାଳୁ ସକାଳୁ ଘରର ମଥାନେ
କାଉ ରାବେ କାଆ କାଆ
ଆଳସ୍ୟକୁ ଛାଡି ଶଯ୍ୟା ତ୍ୟାଗ କର
ନିତ୍ୟକର୍ମ ସାରି ଖାଆ |
ସମୀରଣଠାରୁ ସମତା ଗୁଣକୁ
ଗିରିବରଠାରୁ ଧର୍ଯ୍ୟ
ବିପଦରେ କେବେ ନହେବୁ କାତର
ଶିଖିବୁ ଧରାଠୁ ଶୌର୍ଯ୍ୟ |
ରବି ସମ ସଦା ତେଜ ବିତରିବୁ
ବିକାଶିଣ ଜ୍ଞାନ ଧର୍ମ
କରମେ ସର୍ବଦା ଦେଉଥିବୁ ଧ୍ୟାନ
ଗୁଣେ ହରୁଥିବୁ ମର୍ମ |
ଦେଶ ପ୍ରେମ ଭାବ ଜଗାରିତ କରି
କରୁଥିବୁ ମାଟି ପୂଜା
ସ୍ଵାଧୀନ ଅଖଣ୍ଡ ଭାରତ ଗଠନେ
ପ୍ରାଣ ବଳି ଦେଇ ଯାଆ |
∎
(ଶିକ୍ଷକ )ଶ୍ରୀବିହାର , ଅନୁଗୋଳ |
ଦୂ;ଭା;--୮୮୯୫୯୧୨୪୨୧

ଲେଖା ସମ୍ପର୍କୀୟ ମତାମତ
ଧୀରେନ ମିଶ୍ର
02-12-2025 / 23:21:36
ଭଲ ଲାଗିଲା ।