Skip to content
ଶିଶୁ କିଶୋର

କବିତା

ତାକ ଧୀନାଧୀନି ଧେଇକି

ତାକ ଧୀନାଧୀନି ଧେଇକି

ତାକ ଧୀନା ଧୀନି ଧେଇକି
କାହ୍ନା ଯିବ ଆର ସାହିକି,
ଆର ସାହିରେ ବାଜୁଛି ବାଜା
ଘୁଙ୍ଗୁର ପିନ୍ଧି ଭଲ୍ଲୁକ ରାଜା
ପାଣି ସରସର ପାଦ ଟି ଭିଜା
ନାଚୁଅଛି ଥେଇ ଥେଇକି       ।

କହିଲେ ଆଈ ଧନ ରେ
ଯିବାକୁ ତୋର ମନ ରେ,
ବାହାରିପଡ଼ ଦେଖିବୁ ନାଚ
ପିଠା ଓ କ୍ଷୀରି ଖାଇ କି
ନାଚ ଦେଖିବୁ ଯାଇ କି
ତାକ ଧୀନା ଧୀନି ଧେଇକି      ।

ଢୋଲ ବାଜୁଛି ଡମ ଡମ
ଭାଲୁ ନାଚୁଛି ଛମ ଛମ,
ମାଲିକ ତାହାର ଜାଣିକି
ଶିକୁଳି ରଖିଛି ଟାଣିକି
ମୁହଁ ରେ ହସ ନାହିଁ କି
ତାକ ଧୀନାଢିନି ଧେଇକି       ।

କହିଲା କାହ୍ନା ଆଈକି
ଫିଟାଇ ଦିଅ ଯାଇକି,
ମାଆ କୋଳକୁ ଯାଉ
ବଣ ର ଫଳ ଖାଉ
ପରାଧୀନ ରୁ ପାଇ ମୁକତି
ରହିବ ସେଠି ହସିକି
ତାକ ଧୀନଧୀନି ଧେଇକି     ।

ସେକଥା ଭାଲୁ ଶୁଣିଛି
କାହ୍ନା କୁ ମନେ ଖୋଜୁଛି,
ମୁକତି ସିନା ପାଇ ପାରିନି
ମାଆ କୋଳକୁ ଯାଇ ପାରିନି
କେହି ତ ଜଣେ କଷଣ ଦେଖି
ମୋ ସୁଖ ପାଇଁ ଭାବୁଛି      ।
ଲାଗୁଛି ଖୁସି  ଏତେ ଦିନ ପରେ
ଭଲ ସାଥିଟିଏ ପାଇକି
ତାକ ଧୀନା ଧୀନି ଧେଇକି      ।
∎
ବାଣ୍ଠୁପଡା, ରାଜଗାଙ୍ଗପୁର, ସୁନ୍ଦରଗଡ଼
ଫୋନ   7008304225

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଡିସେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଦ୍ବାଦଶ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

Dinabandhu poi

01-01-2026 / 13:55:07

ଭଲ ଲାଗିଲା ,

Mohan Kumar swain

01-12-2025 / 12:37:03

ଭଲ ଲାଗିଲା କବିତା ଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion