କବିତା
କୁନାମୁନାଙ୍କ ପାଇଁ

ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ
ରୁହ ଆରେ କୁନାମୁନା କେଉଁଆଡେ ଧାଇଁଛ
ବୋଉ ପରା ଡାକୁଛି
ଭାତ ବାଢି ତୁମ ପାଇଁ କେତେବେଳୁ ଚାହିଁଛି ।ା
ଚିକିମିକି ଝିକିମିକି ତାରା ଭରା ଆକାଶ
ଆସୁ ଯେତେ ଝଡଝଂଜା ବାଆ ଅବା ବତାସ
କୁନାମୁନା ବଢିବେ
ବିଦ୍ୟାବୁଦ୍ଧି ଅରଜି ସେ ନିଜକୁ ହିଁ ଗଢିବେ ।ା
ଟିକ୍ଟିକ୍ ଠିକ୍ଠିକ୍ ଘଂଟା କହେ ସମୟ
ସମୟକୁ ନଷ୍ଟ କଲେ ମିଳେ ନାହିଁ ଉପାୟ
କୁନାମୁନା ବୁଝିଲେ
ଯେତେବେଳେ ଯେଉଁ କାମ କରିବାକୁ ହେଜିଲେ ।ା
ଥିରିଥିରି ଶିରିଶିରି ବହେ ଥଣ୍ଡା ପବନ
ଶୋଇ ପଡି କୁନାମୁନା ଦେଖୁଥାନ୍ତି ସପନ
ଜେଜୀମାର ଗପରେ
କେତେ ନୀତିଶିକ୍ଷା ଅଛି ପୁଣି କେତେ ସତରେ ।ା
କଳକଳ ଛଳଛଳ ବହିଯାଏ ତଟିନୀ
ଆଜିର ଦିନଟି ଆଉ କାଲି ଫେରି ଆସେନି
କୁନାମୁନା କୁହନ୍ତି
ଭଲ କାମ କରେ ଯିଏ ସେଇ ବଡ ହୁଅନ୍ତି ।ା
∎
ଭୁବନେଶ୍ୱର
ମୋ - ୯୮୫୩୫୨୩୮୮୩

ଲେଖା ସମ୍ପର୍କୀୟ ମତାମତ
ଡ. "ବିଜୟା ପାତ୍ର
02-12-2025 / 18:51:32
ସୁନ୍ଦର କବିତା। ଭଲ ଲାଗିଲା।
ଲକ୍ଷ୍ମୀକାନ୍ତ ଦଳେଇ
01-12-2025 / 13:51:44
ବହୁତ ସୁନ୍ଦର
Mohan Kumar swain
01-12-2025 / 12:33:26
ଶିଶୁ ଉପଯୋଗୀ ସୁନ୍ଦର କାବିତା ଟି । ଭଲ ଲାଗିଲା
ମିନତୀ ପଟ୍ଟନାୟକ
01-12-2025 / 10:40:35
ମନଲୋଭା