କବିତା
ବନ୍ଦେ ଜନନୀ ମୋ ଉତ୍କଳ

ମାଟି ମୋ ଚନ୍ଦନ ପାଣି ପାଦୁକ
କଳାସଂସ୍କୃତିର ଭରା ମହକ
ମୋ ଭାଷା ଓଡ଼ିଆ ସବୁଠୁ ମଧୁର
ମୋ ଦିଅଁ କାଳିଆ ଜଗତ ଠାକୁର
ଆହା କି ସୁନ୍ଦର ରାଇଜ ମୋର
ବନ୍ଦେ ବନ୍ଦେ ଜନନୀ ମୋ ଉତ୍କଳ।।
ଉତ୍କଳ ଗୌରବ ଉତ୍କଳର ମଣି
ସେବାରେ ଜାତିକୁ କରିଗଲେ ଋଣୀ
ନିହାଣମୁନରେ ବାରଶ ବଢ଼େଇ
କଥା କୁହେ ଶିଳା ଯଶ ତା`ର ଗାଇ
ସାକ୍ଷୀ କୋଣାରକ ଦୁର୍ଗ ବାରବାଟୀ
ବୀରପ୍ରସବିନୀ ମୋ ଓଡ଼ିଶା ମାଟି
ଭକ୍ତଭଗବାନ ଶ୍ରୀକ୍ଷେତ୍ରରେ ମେଳ
ଚରଣ ଧୋଉଛି ସାଗର ଜଳ
ଆହା କି ସୁନ୍ଦର ରାଇଜ ମୋର... ।।
କେଡ଼େ ମନଲୋଭା ପ୍ରାକୃତିକ ଶୋଭା
ଖଣିଖାଦାନରେ ଭରା ରତ୍ନଗର୍ଭା
ଆମ ନାଚଗୀତ ଆମରି ସାହିତ୍ୟ
କଳା ଓ ସଂସ୍କୃତି ବିଶ୍ୱରେ ବିଦିତ
ବାରମାସେ ଆମ ତେରଟି ପରବ
ଓଡ଼ିଆଜାତିର ଗାଉଛି ଗରବ
ମରତେ ଉତ୍କଳ ସରଗପୁର
ଜନମ ତା କୋଳେ ପୁଣ୍ୟର ଫଳ
ଆହା କି ସୁନ୍ଦର ରାଇଜ ମୋର... ।।
∎
ଫୋନ : ୯୪୩୭୧୧୪୯୫୨, mailto:sanatan.oes@gmail.com

ଲେଖା ସମ୍ପର୍କୀୟ ମତାମତ
Jayakrushna sahu
17-04-2024 / 10:43:36
ସୁନ୍ଦର ଦେଶାତ୍ମବୋଧକ ସଙ୍ଗୀତ। କବିଙ୍କୁ ଧନ୍ୟବାଦ୍।
Dr Purusottam Dhal
05-04-2024 / 17:07:52
Very nice
Prafulla Kumar sahoo
03-04-2024 / 23:08:14
ବହୁତ୍ ସୁନ୍ଦର୍ କବିତା Abhinandan sir
Prafulla Kumar sahoo
03-04-2024 / 23:08:13
ବହୁତ୍ ସୁନ୍ଦର୍ କବିତା Abhinandan sir
ସନ୍ତୋଷ କୁମାର ସାହୁ
03-04-2024 / 19:57:41
ବନ୍ଦେ ଜନନୀ ମୋ ଉତ୍କଳ କବିତା ଟି ହୃଦୟସ୍ପର୍ଶୀ, କଳା, ସଂସ୍କୃତି, ଗୌରବ ଗାଥା କବିତାଟିରେ ବର୍ଣ୍ଣିତ ହୋଇ ଶିଶୁ ମାନଙ୍କ ମନକୁ ଛୁଇଁବ, ଏଥିରେ ସନ୍ଦେହ ନାହିଁ | ସହ ସମ୍ପାଦକ, ଶିକ୍ଷା ପ୍ରଦୀପ