Skip to content
ଶିଶୁ କିଶୋର

କବିତା

ମୋ ଅନାବନା ଗୀତ

ମୋ ଅନାବନା ଗୀତ

ଡାକେ ହାମ୍ପ ହାଜରା
ବାଜ ଖାଆ ବାଜରା
ପାରା କ`ଣ ଖାଇଵ
ସୋରିଷ ଖାଇବ ଖୁଣ୍ଟି
ଯଦି ସିଏ ପାଇବ।

ବଡ଼ ବାଡ଼ି ରାଜର
ଲଗେଇଛି ଗାଜର
ଠେକୁଆଟି ଖାଇବ
ଦେଖିଲେ ଡାମରା କାଉ
କାଆକାଆ ଗାଇଵ।

ଡୁଡୁ ସେଠି ଡୁଙ୍ଗୁଛି
ଦେଖିବାକୁ ଗୁଣ୍ଡୁଚି
ବରଫଳ ଖାଇବ
ଏଣେତେଣେ ଚାହିଁ ଦେଇ
ଗୁଣ୍ଡୁଚିଟା ଧାଇଁବ।

ବାହୁଡ଼ିରେ ବାଦୁଡି
ଝୁଲେ ଡାଳ ଜାବୁଡ଼ି
ଓସ୍ତ ଫଳ ଖାଇବ
ରାତି ହେଲେ ଭଲ ତା`ର
ନ ଶୋଇ ସେ ଚାହିଁବ।
ଶୁଣି ହାମ୍ପ ହସିଲା
ଆଈ ପାଖେ ବସିଲା
ମ୍ୟାଉଁ ଗୋଟେ ଅଇଲା
ଏତିକିରେ ଗୀତ ଲେଖା
ଆଜି ପାଇଁ ସଇଲା।
∎
ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଏପ୍ରିଲ:୨୦୨୪ , ପ୍ରଥମ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

02-04-2024 / 16:25:08

ନୂତନ ଢାଞ୍ଚାରେ ଲେଖା କଵିତାଟି ଵେଶ୍ ମନଛୁଆଁ ‌ହୋଇଛି। ଧନ୍ୟବାଦ୍ ଚାନ୍ଦ ଵାଵୁ।

Kunja Bihari Sahu

02-04-2024 / 12:44:50

nonsense rhyme is impressing mind and heart.

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion