କବିତା
କହିଦେ ମୋତେ ମା` ବୁଝାଇ

ପାଠ ପଢ଼ିବାକୁ କହିଥିଲୁ ମାଆ
ମନ ଲଗାଇ ମୁଁ ପଢ଼ୁଛି
ପରୀକ୍ଷା ପାଖେଇ ଆସିଲେ କାହିଁକି
ଭୟ ମୋ ମନରେ ବଢ଼ୁଛି
ଏମିତି କାହିଁକି ହୁଅଇ,
ଆଶଙ୍କା ମୋହର ଦୂର ହୋଇଯିଵ
କହିଦେଲେ ତୁଉ ବୁଝାଇ।
ପୁଅକୁ କୋଳରେ ଵସାଇକି ମାଆ
କହିଥିଲେ ସୁନା ଧନରେ !
ଵହି ପଢ଼ିଦେଲେ ହେଵ ନାହିଁଁ,ପାଠ
ରହୁଛି କି ନାହିଁ ମନରେ ?
ଵାରମ୍ଵାର ବୁଝି ଲେଖିଵୁ,
ଠିକିଠାକ୍ ସଵୁ ଲେଖିଛୁ କି ନାହିଁ
ତନଖି କରିକି ଦେଖିବୁ।
ଠିକ୍ ପାଠ ପଢ଼ି ଲେଖିଦେଇଥିଲେ
ଡରିଵୁ କାହାକୁ କାହିଁକି
ପରୀକ୍ଷାରେ ଭଲ ଫଳ ତୁ ପାଇବୁ
ତୋର ଭଲ ଲେଖା ପାଇଁକି
କାହିଁକି ଆଶଙ୍କା କରିବୁ,
କାଳିଆ ଘୋଡ଼ାରେ ଚଢ଼ି ତୁ` ପୁଣି
ମଧୁ ଵାଵୁ ସଙ୍ଗେ ଲଢ଼ିଵୁ
ପୁଅ ଶୁଣି ଖୁସି ହୋଇଲା,
ନିଶ୍ଚୟ ତୋ କଥା ମାନିଵି ମାଆଲୋ !
ଚୁମାଟିଏ ଦେଇ କହିଲା ।
∎
କପିଳପ୍ରସାଦ, ଭୁବନେଶ୍ୱର -୨
ମୋ-୯୯୩୭୦୯୨୩୯୭.

ଲେଖା ସମ୍ପର୍କୀୟ ମତାମତ
ଦୀନବନ୍ଧୁ କର
03-04-2024 / 06:14:02
ମନଛୁଆଁ କବିତା । ଅନେକ ଅନେକ ଶୁଭେଚ୍ଛା ଶୁଭକାମନା।
Bijay Kumar Swain
02-04-2024 / 22:30:39
Very good
Bhabagrahi
02-04-2024 / 21:29:45
Fine
G c dalei
02-04-2024 / 21:07:17
Very nce and heart touching
Brundabankumbhar
02-04-2024 / 14:20:35
Very nice