କବିତା
ସୁଗୁଣ

ପୂରୁବ ଆକାଶେ ଉଦିତ ସୂରୁଜ
ଅସ୍ତ ପଶ୍ଚିମ ଆକାଶେ,
ଦିନ ପରେ ରାତି ରାତି ପରେ ଦିନ
ଅହରହ ଗତିପଥେ ।
ଜଳିବା ଶକତି ଅଗ୍ନିର ଏ ନୀତି
ନିମ୍ନଗାମୀ ଜଳ ନୀତି,
ନୀତି ନିୟମରେ ବନ୍ଧା ଏ ଜୀବନ
ବନ୍ଧନରେ କରେ ଗତି ।
ସୁଗୁଣ ମଣିଷ ଦୁର୍ଗୁଣ ମଣିଷ
ଅଛନ୍ତି କେତେ ସଂସାରେ,
ସୁଗୁଣ ନୀତିକୁ ଆପଣେଇ ନେଲେ
ସୁନାର ସଂସାର ଚାଲେ ।
ସତ୍ୟ,ଦୟା,କ୍ଷମା, ପର ଉପକାର
ତ୍ୟାଗ,ସେବା,ଧର୍ମ,ଭାବ,
ଶାନ୍ତି, ପ୍ରେମ,ପ୍ରୀତି,ଶୃଙ୍ଖଳା,ମଇତ୍ରୀ
"ସୁଗୁଣ"ରେ ବିକଶିବ ।
ଜୀବନେ ସୁଗୁଣ ଅଶେଷ କଲ୍ୟାଣ
ହୁଏ ପ୍ରକୃତ ମାନବ,
ସମାଜ ଗଠନେ ହେବ ସହାୟତା
ସୁନ୍ଦର ହେବ ସମ୍ପର୍କ ।
∎
(ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ)
ଅବସର ପ୍ରାପ୍ତ ମଣ୍ଡଳ ସହ ଶିକ୍ଷାଧିକାରୀ,ପୁରୀ ସଦର ବ୍ଲକ୍,କୋଣାର୍କ,ପୁରୀ

ଲେଖା ସମ୍ପର୍କୀୟ ମତାମତ