କବିତା
ବସନ୍ତ ରାଜା

ବସନ୍ତ ଆସିଲା ମହୁଲ ବାସିଲା
ଗଛରେ କଅଁଳ ପତର,
ଧରଣୀ ତ ହସେ ନାନା ଫୁଲ ବାସେ
ବୋଳିଅଛି ସତେ ଅତର ।
ଆମ୍ବ ବଉଳିଲା ଧରା ମହକିଲା
ଭାରି ଭଲ ଲାଗେ ମନଟା,
ରାତିରେ ଟିକିଏ ଶୀତ ଲାଗୁଥାଏ
ଗରମ ଲାଗଇ ଦିନଟା ।
ସୁଶୀତଳ ବାଆ କି ସୁନ୍ଦର ଆହା
ଦେହଟା ସତେଜ ଲାଗୁଚି,
ରଙ୍ଗବେରଙ୍ଗର ଫୁଲର ସମ୍ଭାର
ଫେରେନି ଆଖି ଯେ ଦେଖୁଚି ।
ହଳଦୀ ବସନ୍ତ ଗାଇ ମିଠା ଗୀତ
ଡାଳରୁ ଡାଳକୁ ବୁଲୁଛି,
ବାଡି ବଗିଚାରେ ପ୍ରଜାପତି ଧୀରେ
ଫୁଲ ପରେ ବସି ଝୁଲୁଛି ।
ପ୍ରାକୃତିକ ଶୋଭା ଭାରି ମନଲୋଭା
ବସନ୍ତ ପରି କେ ନୁହନ୍ତି,
ଛଅଋତୁ ମଧ୍ୟେ ବସନ୍ତ ଯେ ରାଜା
ସେଥିପାଇଁ ସର୍ବେ କୁହନ୍ତି ।
∎
ବାଉଁଶିଆପଡା, ନୟାଗଡ଼
୮୨୭୦୩୭୨୪୯୮

ଲେଖା ସମ୍ପର୍କୀୟ ମତାମତ
ଅନନ୍ତ କୁମାର ସେନାପତି
13-03-2025 / 20:41:13
କବିତା ଟି ସୁନ୍ଦର ହୋଇଛି । ଶୁଭେଚ୍ଛା janauchhi
sanjuktaparichha1@gmail.com
07-03-2025 / 10:38:47
ବସନ୍ତ ଋତୁ ଉପରେ ସୁନ୍ଦର କବିତାଟିଏ ।