କବିତା
ଚିଆଁରେ ଚିଆଁ

ଚିଆଁରେ ଚିଆଁ
ପାଠ ପଢ଼ାବେଳେ
ବୁଲୁଚୁ କିଆଁ ?
ପରୀକ୍ଷା ଆସଇ ଧାଇଁ
ପଢିଗଲେ ସିନା
ତୋହରି କଲମ
ଚାଲିବରେ ସାଇଁ ସାଇଁ ।
ଚିଆଁରେ ଚିଆଁ
ପାଠ ପଢ଼ିସାରି
ମାରିଲେ ଡିଆଁ
ହେବୁରେ ଏମିତି ଖୁସି
କ୍ଷୀର ଟୋପେ ଦେଖି
ଖୁସି ହୋଇଯାଏ
ଯେମିତି ତୋ ପୋଷା ପୁଷି ।
ଚିଆଁରେ ଚିଆଁ
ତୁଚ୍ଛାରେ ହେବୁନି
କେବେ ଛାନିଆ
ଯେତେବେଳେ ଯେଉଁ କାମ
ସେତେବେଳେ ତାହା
ଯତନେ କରିଲେ
ବୁଦ୍ଧି ହେବ ନାହିଁ ବାମ ।
∎
ଫୋନ୍ ନଂ 8763302507.

ଲେଖା ସମ୍ପର୍କୀୟ ମତାମତ
sanjuktaparichha1@gmail.com
07-03-2025 / 10:34:04
ପିଲାଙ୍କ ମନକୁ ପାଇଲା ପରି ବଢିଆ ଲେଖା ଟେ । ଶୁଭେଚ୍ଛା
ଜୟକୃଷ୍ଣ ସାହୁ
05-03-2025 / 10:38:24
କବିତାଟି ମନକୁ ଛୁଇଁଲା।
ଗୋପୀନାଥ ମିଶ୍ର
04-03-2025 / 12:38:36
ଅତି ସୁନ୍ଦର୍।ପିଲାମାନଙ୍କୁ ଆନନ୍ଦ ଦେବା ସହିତ ପଢ଼ାରେ ମନ ଦେବା ପାଇଁ ଉତ୍ସାହିତ କରିବ। ଲେଖନୀରୁ ଏମିତି ଉପାଦେୟ ଲେଖା ସଦା ସୃଷ୍ଟି ହେଉଥାଉ,ଏତିକି ବିଭୁଙ୍କ ନିକଟରେ ପ୍ରାର୍ଥନା।
ରାଧାମାଧବ ରଥ।
02-03-2025 / 22:27:35
ପିଲାମାନଙ୍କ ପାଇଁ ସୁନ୍ଦର କବିତାଟିଏ।
ପ୍ରଶାନ୍ତ କୁମାର ଦାଶ
01-03-2025 / 20:21:24
କବିତାଟି ଭଲ ଲାଗିଲା ବରେଣ୍ୟ ସ୍ରଷ୍ଟାଙ୍କୁ ସପ୍ରେମ ନମସ୍କାର ସହ ଶୁଭେଚ୍ଛା ଜଣାଉଛି