କବିତା
ନାନାବାୟା ଗୀତ (ତାକ ଝୁଣଝୁଣ)

ତାକ ଝୁଣଝୁଣ ନାଚିବ ଆଈ
ନାଚ ଦେଖିବାକୁ କୁକୁନି ବାଇ
ସଅଳ ଖାଇଲା ରୁଟି ।
ଖାଇସାରି ମାମୁଁଘର ବାହାରିଲା
ମାଆ ସଜାଡିଲେ ଚୁଟି ।
ନାଇଁରେ ନାଇଁ,
କୁକୁନି ବାଇ
ନାଚ ଦେଖିବାକୁ ଯାଆନି ଧାଇଁ
ଭାଡିତଳେ ଅଛି ଭୁଆ ।
ହାତ ଭିଡିବ, କାନ ମୋଡିବ
ଦେଖିଲେ ଛୋଟ ଛୁଆ ।
ମୁରୁକି ହସା,
ଚୁଟିଆ ମୂଷା
ମୁଣ୍ଡରେ ମାରିବ ସଳଖ ଭୁଷା,
କିଏ ସମ୍ଭାଳିବ କହ ?
ବିଲେଇ ନାନୀ
ସଜେଇ କାନି
ଶୋଇଛି, ଟିକିଏ ରହ ।
ତାକୁ ଦେଖି ପଡ ଶୋଇ
ତେଲ ଜଡଜଡ ପାନିଆଁ ଦର୍ପଣ
କବାଟ କଣରେ ଥୋଇ ।
∎
ଶୁଶୁଡା,ଅନୁଗୋଳ
ମୋ - 7978087891

ଲେଖା ସମ୍ପର୍କୀୟ ମତାମତ
ନିରଞ୍ଜନ ପତି
08-03-2025 / 11:12:42
ଭଲ ସୃଜନଶୀଳ ଶିଶୁ କିଶୋର ମନଲାଖି ନାନାବାୟା ଗୀତ । ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି ଭାଇ । ଜୟ ଜଗନ୍ନାଥ ।