କବିତା
ପଳା ରେ ଶୀତ ପଳା

ପଳାରେ ଶୀତ ପଳା
ଗୀତ ଗାଇଲା ଭୋଳା
ଶୀତ ଲୁଗା ମୋ ରଖି ଦେବାକୁ
ବୋଉ ଦେଲାଣି ଖରା
ପଳା ରେ......(୦)
ଟାଣ ହୋଇନି ଖରା
ଭାସୁନି ମେଘ ଭେଳା
ଫସଲ ଆମ ଅମଳ ହେବ
ଲିପା ହେଲାଣି ଖଳା
ପଳା ରେ...(୧)
ଗାଁ ମନ୍ଦିର ବେଢ଼ା
ହେଲାଣି ରଂଗ ମରା
ଆଗକୁ ଏବେ ଆସୁଛି ଆମ
ଗାଁ ଜାଗର ମେଳା
ପଳା ରେ ଶୀତ..(୨)
କଷି ବଉଳ ଧରି
ପବନ ବାସେ ଭାରି
କୋଇଲି କୁହୁ ଗୀତର ମହୁ
ଫଗୁଣ କହି ଗଲା
ପଳା ରେ ଶୀତ..(୩)
ମନ ଲୋଡ଼ିଲା ଲସି
ପଙ୍ଖା ପବନ ଏସି
ତବତ ଭାତ ଗରମ ଚା
ତୁଣ୍ଡକୁ ନ ରୁଚିଲା
ପଳା ରେ ଶୀତ..(୪)
ପବନେ ହଲି ହଲି
ଫୁଲ ଖେଳିଲା ଦୋଳି
ତା ଦେଖି କୁନି ପରଜାପତି
ଗୀତଟେ ଗାଇଦେଲା
ପଳା ରେ ଶୀତ (୫)
ମୁଣ୍ଡେ ଗାମୁଛା ବାନ୍ଧି
କଳା ଚଷମା ପିନ୍ଧି
ଛତା ଓ ପାଣି ବୋତଲ ଥିଲେ
ଡରାଇବନି ଖରା
ପଳା ରେ ଶୀତ..(୬)।।
∎
ମୋ – ୯୪୩୭୦୦୦୬୩୬

ଲେଖା ସମ୍ପର୍କୀୟ ମତାମତ
sanjuktaparichha1@gmail.com
07-03-2025 / 10:53:40
ଲେଖା ଟି ଭଲ ଲାଗିଲା ।
Dhananjaya swain
02-03-2025 / 09:20:38
Thanks friends
ପ୍ରଶାନ୍ତ କୁମାର ଦାଶ
01-03-2025 / 20:23:42
କବିତାଟି ଭଲ ଲାଗିଲା କବି ମହାଶୟଙ୍କୁ ଅଶେଷ ଧନ୍ୟବାଦ ସହ ନମସ୍କାର ଜଣାଉଛି
ଲଷ୍ମୀ କାନ୍ତ ଖୁଣ୍ଟିଆ
01-03-2025 / 11:53:11
ଧନଞ୍ଜୟ ସ୍ୱାଇଁ ଙ୍କ ଏଇ କବିତା ଟି ନୂଆ ସ୍ୱାଦ ର ହୋଇଛି. ତାଙ୍କୁ ମୋର ଅଭିନନ୍ଦନ
କୀର୍ତ୍ତନ ସାହୁ
01-03-2025 / 10:48:33
ଭଲ ଲାଗୁଛି ।