କବିତା
ପଣତକାନି

ପଣତକାନି ରେ ପଣତ କାନି
ମୋ ମାର ପଣତ କାନି ॥
ଦୁଖ ବେଦନା ପାରେନି ଜାଣି
ପାଖେ ପଶନ୍ତି ନି ଭୂତ ଡାହାଣି ॥
ଖରା ବରଷା ଶୀତ କାକର
ଘୋଡ଼ାଇ ରଖେ ପଣତ ତାର ॥
ଜର ରୋଗ ପାରେନି ଜାଣି
ଘୋଡେଇ ରଖେ ତା ପଣତ ଟାଣି ॥
ମୋ ମନ ଜାଣି କୁହେ କାହାଣି
ଶୋଇ ଯାଏ ଗପ ଶୁଣି ଶୁଣି ॥
ଅଝଟିଆ ପଣ ଛାଡି ପାରେନି
ମାଡ଼ ଖାଇ ଲୁଚେପଣତ ଟାଣି ॥
ଭୁଲି ପାରିବି ନାହିଁ ତା ଆଦର
ହୁଏନି ସିଏ କେବେ ନିଷ୍ଣର ॥
ରଖୁ ଥାଏ ସ୍ଵେହ ଅପାର
ପଣତ ତାର ମୋ ଚାଦର ॥
ପଣତ ତାର ମୋ ରାଜ ଉଆସ
ଭୁଲାଏ ମୋ ର ଭୋକଶୋଷ ॥
ପାଉଥୁବି ସଦା ତା ପରଶ
ରହିବି ସଦା ହୋଇ ହସ ହସ ॥
∎
ବଲାଙ୍ଗୀର

ଲେଖା ସମ୍ପର୍କୀୟ ମତାମତ
ପ୍ରବୀର କୁମାର ପଣ୍ଡା,ଟିଟିଲାଗଡ଼
09-07-2024 / 07:02:06
ବହୁତ ସୁନ୍ଦର ଲେଖା
Sanjukta parichha
04-07-2024 / 22:25:27
ପଣତକାନି ସୁନ୍ଦର କବିତାଟିଏ ।
ତପନ କୁମାର ସ୍ବାଇଁ
01-07-2024 / 17:36:05
କେତେକ ଜାଗାରେ ବନାନ ଠିକ୍ ନାହିଁ । ଉପଧା ରେ ଟିକେ ଧ୍ୟାନ ଦେଇଥିଲେ ଭଲ ଲାଗିଥାନ୍ତା
ଶିବ ପ୍ରସାଦ ସାହୁ
01-07-2024 / 12:30:16
ମନଛୁଆଁ କବିତା
ଧ୍ରୁବ ଚରଣ ଘିବେଲା
01-07-2024 / 12:08:57
ସୁନ୍ଦର କବିତାଟିଏ