Skip to content
ଶିଶୁ କିଶୋର

କବିତା

ଝରଣା

ଝରଣା

ଗଡି ଯାଏଁ ମୁହିଁ ତଳକୁ ତଳକୁ
ପାହାଡର କୋଳଚିରି
କେତେ ବନରାଜି ସବୁଜିମା ଦେଇ
ବହି ଆସେ ଥିରି ଥିରି।
କଳ କଳ ନାଦ ଶବଦ କରିଣ
ଶୁଭ୍ର ପସ୍ରବଣ ହୋଇ
କେତେ ଯେ କାଳରୁ ଝରି ଆସୁଅଛି
ଝର ନିର୍ଝରିଣୀ ମୁହିଁ।
ଗାଆଁ ପାଖ ଦେଇ ପ୍ରବାହିତ ହୁଏ
ଛୋଟ ନଈ ଟିଏ କହି
ତୃଷାର୍ତ୍ତ ର ଶୋଷ ହରଣ କରେ ମୁଁ
ଜଳ କେଇ ବୁନ୍ଦା ହୋଇ।
ଖଣିଜ ଲବଣ ଚେର ମୁଲି ପାଣି
ଧରି ଆଗେ ଚାଲୁ ଥାଇ
ଅମୃତ ସମାନ ମୋର ଜଳଧାରା
ଏଠୁ ବଳି କିଛି ନାହିଁ।
ଜଳରାଶି ନେଇ ଯତନରେ ଚାଷୀ
ଫସଲ କରେ ସେଚନ
ସେଇ ଫସଲ ଟି କ୍ଷ୍ୟୁଧାର୍ତ୍ତ ପାଟିରେ
ଫୁଟାଏ ନୁଆଁ ଜୀବନ।
ଝରଣା ପରିକା ଅନ୍ୟର ସେବାରେ
ଉସର୍ଗ କରିଵା ପ୍ରାଣ
ମାଟି ମାଆ ର କଲ୍ୟାଣ କରିବା
ଏବେଠୁ କରିବା ପଣ।

∎
ବରପାଲିପଡ଼ା, ବଲାଙ୍ଗିର
ମୋ -6371805070

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜୁଲାଇ:୨୦୨୪ , ପ୍ରଥମ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

Gyanendra kumar patel

31-07-2024 / 20:12:04

ଲେଖା ଟି ମନଛୁଆଁ ହୋଇଛି

Abhilash dash

24-07-2024 / 22:30:29

ସୁନ୍ଦର ଲେଖା ହୋଇଛି

Rashmirekha Mishra

24-07-2024 / 07:14:45

ଶିକ୍ଷଣୀୟ ରଚନା

ଜୟକୃଷ୍ଣ ସାହୁ

17-07-2024 / 14:12:36

ଭଲଲାଗିଲା।

ଶିବ ପ୍ରସାଦ ସାହୁ

01-07-2024 / 12:31:54

ଶିଶୁ ଉପଯୋଗୀ ଶିଶୁ କବିତା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion