କବିତା
କାଳିଆ ସୁନା

ଆସରେ କୁନା ଆସରେ ମୁନା
ଦେଖ୍ ଯିବା ଆମ କାଳିଆ ସୁନା ।
ବଡ଼ଦାଣ୍ଡ ଲାଗେ ଭାରି ଗହଳ
ବୁଲି ଆସେ ଜଗା ପଡ଼େ ଚହଳ ।
ଟାହିଆ ହଲାଇ ପହଣ୍ଡି ହୋଇ
ତିନିରଥେ ବିଜେ ଚାରି ଗୋସାଇଁ ।
ଆଗରେ ତାହାର ବଳିଆ ଭାଇ
ମଝିରେ ଭଉଣୀ ହଳଦୀ ମୁହିଁ ।
ଜଗତନାଥ ସେ ପଛରେ ରହି
ଝୁଲିଝୁଲି ଆସେ ନାଟ ଲଗାଇ ।
ପେଁକାଳୀ ଘଣ୍ଟେ ଦୁଲୁକେ ମହୀ
ଡାହୁକ ଡାକଇ ବେତ ହଲାଇ ।
ଭାବର ଠାକୁର ଭାବେ ମଜିଛି
ପାଟ ଦଉଡ଼ିରେ ବନ୍ଧା ହୋଇଛି ।
ପୃଥିବୀ ପ୍ରସିଦ୍ଧ ରଥଯାତରା
ମନ ଭରିଯିବ ଦେଖଲେ ପରା ॥
∎
ପୁରୀ

ଲେଖା ସମ୍ପର୍କୀୟ ମତାମତ
ଦୀନବନ୍ଧୁ କର
01-07-2024 / 15:38:25
ମନଛୁଆଁ କବିତା
ଶିବ ପ୍ରସାଦ ସାହୁ
01-07-2024 / 12:27:23
ଶିଶୁ ମନଛୁଆଁ କବିତା।
ଧ୍ରୁବ ଚରଣ ଘିବେଲା
01-07-2024 / 12:07:25
କବିତା ସୁଖପାଠ୍ୟ