କବିତା
ବିଲୁଆ ହେଉଛି ବାହା

ଟପର ଟପର ବରଷା ଝଡ଼ି
ବିଜୁଳି ମାରଇ ଘଡ଼ିକି ଘଡ଼ି
ଆସିଲାଣି ମେଘ ରାଜା,
ଦିଶୁନି କାହିଁ ଖରା ର ତେଜ
ବଜାରେ ବାଇଦ ବଜା ।।
ମୂଷା ଅଳସୁଆ ବିଲେଇ କାଣି
ଚବର ଚବର ବିଲ ରେ ପାଣି
ବିଲୁଆ ହେଉଛି ବାହା,
ଭା ଲୁ ଆ ଦେଉଛି ପତର ଦନାରେ
ବରଯାତ୍ରୀଙ୍କୁ ଚାହା ।।
କଟରକେଏଁ କଟରକେଏଁ
ବେଙ୍ଗ ଓ ବେଙ୍ଗୁଲୀ ନାଚିଲେ ଦୁହେଁ
ବରଷାରେ ଭିଜି ଭିଜି,
ଝଡ଼ିପୋକ ସବୁ ଖାଇଲେ ଅଧେ
ଅଧେ ରଖିଲେ ଭାଜି ।।
ପଚର ପଚର ପାଣି କାଦୁଅ
ଦିଶୁନି ଜମାରୁ ମୁହଁକୁ ମୁହଁ
ଭିଜିଲା ପିଠି ଓ ଦେହ,
ଛତାକୁ ଦେଖି ପଖିଆ କୁହେ
ତୁ `ଟା ମୋ ପରି ନୁହଁ ।
ଝିପିରି ଝିପିରି ଝରିଲା ମେଘ
ଗରମ ମୂଢିକୁ ମରିଚ ରାଗ
ନଇରେ ନୂଆ ପାଣି,
ହିଡ ତଳେ ଚାଲେ ସାଧବବୋହୁଟି
ମଥାରେ ଓଢ଼ଣା ଟାଣି ।।
ଚିତିରି ମିତିରି ପରଜାପତି
ଧରା ଦିଏ ନାହିଁ ଗଲେ ତା `କତି
ପିଜୁଳି ଓ କର ମଙ୍ଗ।,
ମନ ଭରି ପିଲେ ଖାଇଲେ ଭସେଇ
ଖୁସିରେ କାଗଜ ଡଙ୍ଗା ।।
ମୋ-9437000636

ଲେଖା ସମ୍ପର୍କୀୟ ମତାମତ
ହରିପ୍ରିୟା ପଟ୍ଟନାୟକ
30-08-2025 / 21:27:48
ପିଲାଙ୍କ ମନଲାଖି ମଜା କବିତାଟିଏ।କବିଙ୍କୁ ଧନ୍ୟବାଦ।
କୀର୍ତ୍ତନ ସାହୁ
06-08-2025 / 17:17:26
ପିଲାଙ୍କ ପାଇଁ ମଜାଳିଆ ହେଇଛି ।
Mohan Kumar swain
01-08-2025 / 15:54:32
ବହୁତ୍ ସୁନ୍ଦର ଲାଗିଲା କବିତା ଟି
Prabasini Mishra
01-08-2025 / 14:09:57
ବହୁତ ସୁନ୍ଦର ପିଲାଙ୍କ ମନଲାଖି କବିତାଟିଏ