କବିତା
ନାଁଟି ମୋର ବହିରେ ପିଲେ

ନାଁଟି ମୋର ବହିରେ ପିଲେ
ନାଁଟି ମୋର ବହି,
ତୁମ ପରିକା କୁନା କୁନିଙ୍କୁ
ନେଉଛି ପରା ମୋହି ।।
ନାଁଟି ମୋର ବହିରେ ପିଲେ
ନାଁଟି ମୋର ବହି,
ଅଜଣା କଥା ସାଇତି ରଖି
ଦେଉଛି ପରା କହି ।।
ନାଁଟି ମୋର ବହିରେ ପିଲେ
ନାଁଟି ମୋର ବହି,
ମୋହର ସାଥେ ମିଶିବ ଯିଏ
ଏବେଠୁ ଦିଅ କହି ।।
ନାଁଟି ମୋର ବହିରେ ପିଲେ
ନାଁଟି ମୋର ବହି,
ମୋତେ ନ ପାଇ କେବେ ବି ତୁମେ
କିଛି ଜାଣିବ ନାହିଁ ।।
କବି କୁଟୀର, ସା/ପୋ-ଡ଼ଇଁଚା
ଭାୟା-ରେଢ଼ାଖୋଲ, ଜି-ସମ୍ବଲପୁର
ପିନ-768106, ମୋ-7077579317

ଲେଖା ସମ୍ପର୍କୀୟ ମତାମତ
ରମେଶ ପ୍ରସାଦ ମେହେର
03-08-2025 / 10:18:16
ଅତି ସୁନ୍ଦର ଶିଶୁ କବିତାଟିଏ l ପଢ଼ିଲେ ବହି - ସବୁ କଥା ହେବ ଜାଣି l
Mohan Kumar swain
01-08-2025 / 15:57:22
ଅତି ସୁନ୍ଦର ହେଇଛି କବିତାଟି