Skip to content
ଶିଶୁ କିଶୋର

କବିତା

ମୁକୁଳ ସୁଶୀଳ ଭାରି ଖୁସି

ମୁକୁଳ ସୁଶୀଳ ଭାରି ଖୁସି

ମିଠିପୁର ଗାଆଁ ମୁକୁଳ ସୁଶୀଳ
ଭାରି ସାଙ୍ଗ ଦୁହେଁ ଦୁହିଁଙ୍କର
ପାଠରେ ଉତ୍ତମ ଖେଳରେ ନିପୂଣ
ଚିତ୍ର ଆଙ୍କୁଥିଲେ ଚମତ୍କାର।
ଚନ୍ଦ୍ର ଅଭିଯାନ ମଙ୍ଗଳାୟନ
ବିଷୟ ପଢ଼ିସେ ଆନନ୍ଦିତ
ମହାକାଶଯାନେବୁଲିଯିବେ ଦୁହେଁ
ମନେମନେହେଲେପୁଲକିତ
ଧରାପରିବେଶଭଲଲାଗୁ ନାହିଁ
ମୁକୁଳକହିଲା ମନ ଖୋଲି
ବଡ଼ହେଲେଦିନେମେଦିନୀଛାଡିବା
ଅନ୍ୟଗାଲାକ୍ସିକୁଯିବା ଚାଲି।
ତିଆରିକରିବା ଉପଗ୍ରହ ଯିଏ
ଆଲୋକବେଗରେଯିବ ଧାଇଁ
ପହଞ୍ଚାଇଦେବ ଏଲିଏନ ପାଖେ
ପାଛୋଟିନେବେସେଖୁସିହୋଇ।
ଜଟିଳହେଲାଣିମହାକାଶ ଯାତ୍ରା
ସୁଶୀଳକହେ ଦୁଃଖିତ ମନେ
ଶୂନ୍ୟରେ ଭାସଇନାନାଆବର୍ଜନା
ଧକ୍କାହୁଏମହାକାଶ ଯାନେ।
ମାଧ୍ୟାକର୍ଷଣପ୍ରଭାବ ବିହୀନ
ଆକାଶେ ମଇଳାଅବଶେଷ
ଉପଗ୍ରହ ଅବାରକେଟଯାନର
ଖଣ୍ଡବିଖଣ୍ଡିତ ଭଗ୍ନ ଅଂଶ।
ବଢ଼ି ବଢିଚାଲେ ପରିମାଣତାର
ଭୟାବହ ହେବ ପରିସ୍ଥିତି
ପୃଥ୍ବୀ ମହାକାଶ ଉଭୟ ଅସ୍ବଚ୍ଛ
ଭିନ୍ନ ଯାହାତାଙ୍କ ଅବସ୍ଥିତି
କର୍ମରେବିଶ୍ଵାସୀମୁକୁଳଭାଷଇ
ଉଦିତସୁଦିନ ଦିବାକର
ମହାକାଶପଥ ସ୍ବଚ୍ଛହେବଦିନେ
ସୁଗମହେବଯାତ୍ରା ଆମର।
ବିଜ୍ଞାନବଳରେ ଅସାଧ୍ୟସାଧନ
କରିଛିକରୁଛି ଏ ମଣିଷ
ବଡହେଲେଆମେବୈଜ୍ଞାନିକହୋଇ
ପୂରଣକରିବା ଅଭିଳାଷ।
କଥାନସରୁଣୁ ଖେଳବେଳ ଉଣ୍ଡି
ଜମାହେଲେ ସାଙ୍ଗସାଥୀ ଆସି
ହାତଧରି ଟାଣି ନେଇଗଲେଖରେ
ମୁକୁଳ ସୁଶୀଳ ଭାରିଖୁସି।

∎

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

30-08-2025 / 20:57:17

ବିଜ୍ଞାନ ଭିତ୍ତିକ ଲେଖାଟି ଭଲ ହେଇଛି। କିନ୍ତୁ ଲେଖାରେ ଅନେକ ଜାଗାରେ ତୃଟି ରହିଛି।

Mohan Kumar swain

01-08-2025 / 15:22:02

ସମ୍ପାଦନା ବିଲକୁଲ ଭଲ ନାହିଁ ଏହି କବିତାଟିରେ ସେଥିପାଇଁ ଧ୍ୟାନ ଦେବାକୁ ଅନୁରୋଧ । ଏଥିରେ ଦୁଇ ତିନ ଗୋଟି ଶବ୍ଦକୁ ଗୋଟିଏ କରା ଯାଇଛି ।

Minati pattnayak

01-08-2025 / 14:33:40

ଅତି ସୁନ୍ଦର

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion