Skip to content
ଶିଶୁ କିଶୋର

କବିତା

ପଇସା ଆଣିବ ଗଣିକି

ପଇସା ଆଣିବ ଗଣିକି

ହନୁ ଯାଇଥିଲା ହାଟକୁ
ଦେଖି ଚାଲୁଥିଲା ବାଟକୁ
କାଙ୍କଡ ଝୁଡିଏ କିଣିଲା
ବାଇଗଣ କିଲେ ଆଣିଲା
ମୁଣା ଟାକୁ ଧରି ଖସିଲା
ଗଛମୂଳ ଦେଖି ବସିଲା
ହିସାବ କରି ସେ ଭାବିଲା
କେତେ ଟଙ୍କା ଆଉ ବଳିଲା
ହନୁ ଟଙ୍କା ଗଣି ହାଲିଆ
ଦୂରୁଦେଖୁଥିଲା ବିଲୁଆ
ବିଲୁଆ ତ ବଡ ଚ଼।ଲାକ
ଖଟାଇ କହିଲା ଦିମାକ

ପଇସା ହେଉନି ଭରଣା
ନିଅଣ୍ଟ ହେଉଛି ଚାରଣା
ହିସାବ ପତର ଜାଣୁନ
ପଇସା ଗଣିକିଆଣୁନ

ମୋ କଥା ଏଣିକି ମାନିବ
ପଇସା ଗଣିକି ଆଣିବ

∎

ଶିଶିଲେ।
ବାଳକାଟୀ
ଖୋର୍ଦ୍ଧା

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

30-08-2025 / 21:01:21

ଭଲ ହେଇଛି କବିତା।ପିଲାଙ୍କ ମନକୁ ନିଶ୍ଚୟ ପାଇବ।

Mohan Kumar swain

01-08-2025 / 15:56:06

ଭଲ ଲାଗିଲା କବିତା ଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion