Skip to content
ଶିଶୁ କିଶୋର

କବିତା

ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଈଶ୍ୱର

ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଈଶ୍ୱର

ଜଗତରେ ଗୁରୁ ପରି ନାହିଁ କେ ନିଜର
ପିତାମାତା ପରି ଯିଏ କରନ୍ତି ଆଦର
ମୋର ମାର୍ଗଦାତା ମୋ ଭାଗ୍ୟ ବିଧାତା
ଆଶିଷରେ ଧନ୍ୟ ମୋ ଜୀବନ ଯାତ୍ରା
ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଈଶ୍ୱର
ପରଂବ୍ରହ୍ମ ଗୁରୁଦେବ ଘେନଜୁହାର॥

ଛାତ୍ର ପାଇଁ ଦିନ ରାତି ଦେଖ କେତେ ସପନ
ଭରିଦିଅ ବିଦ୍ୟାବୁଦ୍ଧି କରି କେତେ ଯତନ
ସବୁରି ପ୍ରତିଭା କର ବିକଶିତ
ଚଲା ପଥ ସଦାକର କୁସୁମିତ
ଦୟାରକ୍ଷମାର ଆହେ ଅବତାର
ବଚନେ ତୁମର ଅମୃତର ଝର
ଜୀବନରେ ଆଣିଦିଅ ଆଲୋକ ଧାର
ପ୍ରତିଭାର ମହକରେ ହସୁ ସଂସାର
ଗୁରୁବ୍ରହ୍ମାଗୁରୁବିଷ୍ଣୁଗୁରୁଈଶ୍ୱର॥

ସ୍ନେହ ମମତାରେ ଭରା ଶାସନ ତୁମର
ଶିଖାଇଛ ବିଦ୍ୟାବୁଦ୍ଧି ଦେଇଛ ସଂସ୍କାର
ଶିକ୍ଷାସାଧନାରେ ବ୍ରତୀ ନିରନ୍ତର
ବିକାଶର ତୁମେ ଅଟ ସୂତ୍ରଧର
ସବୁରି ମନରେ ଭରିଛ ପ୍ରେରଣା
ଦେଇଛ ଉତ୍ସାହ କରିଛ ଆପଣା
ନୀତିଆଦର୍ଶ ପ୍ରତୀକ କୃପା ସାଗର
ତୁମ ଆଶିଷରେ ହଟୁ ଆମ ଅନ୍ଧାର
ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଈଶ୍ୱର॥∎

ଫୋନ-9437114952

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ନଭେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଏକାଦଶ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion