Skip to content
ଶିଶୁ କିଶୋର

କବିତା

ପର୍ବ ପରମ୍ପରା ଯାଉଛି ହଜି

ପର୍ବ ପରମ୍ପରା ଯାଉଛି ହଜି

ପର୍ବ ପରମ୍ପରା ଯାଉଛି ହଜି,
ଆଧୁନିକତାର ମାୟାରେ ମଜି।

ଜନମଦିନରେ ଜଳୁନି ଦୀପ,
କ୍ୟାଣ୍ଡେଲ୍ ଲିଭାଇ ପାଆନ୍ତି ସୁଖ।

ପିଠାକ୍ଷିରୀ ନୁହେଁ କେଏକ୍ କଟା,
ପୂର୍ଣ୍ଣକୁମ୍ଭ ବନ୍ଦାପନାକୁ ଥଟ୍ଟା।

ରଜରେ ଝୁଲୁଛି ପ୍ଲାଷ୍ଟିକଦୋଳି,
ଏକାଏକା ଖେଳ ନାହିଁଟି ମେଳି।

ରାକ୍ଷୀ ବାନ୍ଧିବାକୁ ପିଲାଏ ବାଇ,
ବଳଭଦ୍ର ଜନ୍ମ ଜାଣନ୍ତିନାହିଁ।

ଆମ ପର୍ବ ପରମ୍ପରାର ମୂଳ,
ଜାଣିବାକୁ ତାଙ୍କୁ କାହିଁବା ବେଳ।

ହୋ ହଲ୍ଲା ମଜା ଯହିଁରେ ଅଛି,
ପାଳୁଛନ୍ତି ତାକୁ ଖୁସିରେ ବାଛି।

ଆମ ପରମ୍ପରା ଆମେ ରଖିବା,
ପିଲାଙ୍କୁ ବୁଝାଇ ପର୍ବ ପାଳିବା।
∎
ନୀଳାଦ୍ରିବିହାର
ଭୁବନେଶ୍ୱର-୨୧
ମୋ-୯୮୬୧୫୭୮୫୩୨

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ନଭେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଏକାଦଶ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion