Skip to content
ଶିଶୁ କିଶୋର

କବିତା

ପ୍ରଣତି ଆମର ଘେନ

ପ୍ରଣତି ଆମର ଘେନ

ଫିରିଙ୍ଗିମାନଙ୍କ କବଳରେ ଯେଣୁ
ରହିଥିଲା ଆମ ଦେଶ
ଅଣ୍ଟା ଭିଡ଼ିଥିଲ ଦୁଃଖିନୀ ମାଆର
ଦୁଃଖ କରିବାକୁ ନାଶ।

ହାତରେ ନଥିଲା ଧନ ଦଉଲତ
କମାଣ ବନ୍ଧୁକ ଗୋଳା
ଆତ୍ମବଳ କୁ ସାଥୀକରି ତୁମ
ଲଢେଇ ଆରମ୍ଭ ହେଲା।

ପାଶେ ରହିଥିଲା ସତ୍ୟ ଓ ଅହିଂସା
ନାମେ ଦୁଇ ହତିଆର
ତାହାରି ସାହାଯ୍ୟେ ଫିରିଙ୍ଗିମାନଙ୍କୁ
ଏ ଦେଶରୁ ବିଦାକଲ।

ତୁମେ କହିଥିଲ ସତକଥା ଆମେ
କହିବାକୁ ସବୁବେଳେ
କଥାରେ କାମରେ ଫରକ ଯେପରି
ନରହିବ ତିଳେହେଲେ।

ଭାଇ ଭଉଣୀଙ୍କ ପରି ଯଦି ଆମେ
ରହିବା ସଭିଏଁ ମିଳି
ଭାରତ ଆମର ପଲଟିବ ନିଶ୍ଚେ
ଧରାରେ ସରଗପୁରୀ।

ଆମକୁ ଛାଡ଼ିକି ଯିବାରେ ଯଦିଓ
ହେଲାଣି ବହୁତ ଦିନ
ଭଲବାଟ ସଦା ଦେଖେଇଛ ବାପୁ
ପ୍ରଣତି ଆମର ଘେନ।
∎
ମଣ୍ଡୁଆ, କେନ୍ଦୁଝର ଗଡ


ମୋ -୯୪୩୭୭୫୨୩୯୫

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ନଭେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଏକାଦଶ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion