କବିତା
ଜହ୍ନ ମାମୁଁ ଆମର

ଆକାଶରେ ତାରା କେତେ
ଜହ୍ନ ସିନା ଗୋଟିଏ.
ଆଲୋକର ଜ୍ୟୋତିରେ ସେ
ଅନ୍ଧାରକୁ ଲୁଚାଏ I
ମାସକରେ ଅଧା ଦିନ
କମି କମି ଆସଇ,
ଅମାବାସ୍ୟା ରାତି ହେଲେ
କୁଆଡେ ସେ ଲୁଚଇ I
ପୁଣି ମୁହଁ ଦେଖାଏ ସେ
ଅମାବାସ୍ୟା ବାସିରେ,
ରୂପା ଥାଳି ପରି ଦିଶେ
ପୂର୍ଣ୍ଣମୀର ନିଶିରେ I
ସୂର୍ଯ୍ୟଙ୍କର ଚାରିପଟେ
ଖେଳେ ଚକାଭାଉଁରୀ.
ପୃଥିବୀକୁ ମଝିରେ ସେ
ରଖି ମାରେ ଚକିରୀ I
ସୂର୍ଯ୍ୟ ଠାରୁ ଜ୍ୟୋତି ଟିକେ
ମାଗି ଆଣେ କ୍ଷଣିକେ,
ଯାମିନୀ କୁ ହସାଏ ସେ
ଆଲୋକରେ ପୁଲକେ I
ନଦୀ ପୋଖରୀ ଜଳରେ
ପଡିଲେ ତା କିରଣ.
ଚକମକ ଝଟକଇ
ପାଣି ଭିତରେ ମୀନ I
ବିଲ, ବଣ, ନଈ, ତୋଟା
ସମସ୍ତଙ୍କୁ ଦେଖଇ,
ବିଭେଦ ନ କରି ଜ୍ୟୋତି
ସମାନ ସେ ବାଣ୍ଟଇ I
ସୂର୍ଯ୍ୟ ଙ୍କ ଜ୍ୟୋତି ଉତ୍ତପ୍ତ
ଜହ୍ନ ଭାରି ଶୀତଳ,
ଲକ୍ଷ୍ମୀ ଙ୍କର ଭାଇ ବୋଲି
ଜହ୍ନ ମାମୁଁ ଆମର I
କାନନ ବିହାର ଫେଜ... 2
ପଟିଆ. ଭୁବନେଶ୍ୱର.. 24

ଲେଖା ସମ୍ପର୍କୀୟ ମତାମତ