Skip to content
ଶିଶୁ କିଶୋର

କବିତା

ପୋଢ଼ୁଆଁ ଅଷ୍ଟମୀ ମୋର

ପୋଢ଼ୁଆଁ ଅଷ୍ଟମୀ ମୋର

ବୋଉ କହୁଥିଲା ପୋଢ଼ୁଆଁ ଅଷ୍ଟମୀ
ହେବ ଵୁଧବାର ଦିନ
ମୋ ମାମୁ ଆସିବେ ନୂଆ ଜାମା ଧରି
ଶୁଣି ମୋର ଖୁସି ମନ
ଆଣିଥିବେ କେତେ ମିଠା,
ବୋଉ କରିଥିବ ଇଡ଼ିଲି ଏଣ୍ଡୁରି
ଭଳି ଭଳି କେତେ ପିଠା।
ବାପା ଆଣିଥିବେ କ୍ରିମ୍, ପାଉଡ଼ର
ଅଳତା ବଜାରୁ କିଣି
ସହଳ ସଜାଇ ବେଶ କରିଦେବେ
ଖୁଡ଼ୀ ମୋର ମନ ଜାଣି
ଖୁଆଇବେ ଖିରି ପୁରି,
ଦାଦା ମୋର ଆସି କରିଦେବେ ଗେଲ
କହି ମୋତେ ସୁନାପରୀ।
ବଡମାମୁଙ୍କର ମୁଁ ସୁନା ଭାଣଜି
କଥା ଦେଇଛନ୍ତି ମୋତେ
ବୁଧବାର ଦିନ ନିଶ୍ଚୟ ଆସିବି
ଥାଉ ମୋର କାମ ଯେତେ
ତୋ ପାଇଁ ଆଣିବି କିଣି,
ଶୀତଦିନ ପାଇଁ ଉଲେନସ୍ବେଟର
ତୋର ମନକଥା ଜାଣି।
ପୋଢ଼ୁଆଁ ଅଷ୍ଟମୀ ମୋର,
ବିନତି କରୁଛି ଜୀବନରେ ତୁମେ
ଆସୁଥାଅ ବାର ବାର।
∎
କପିଳପ୍ରସାଦ, ଭୁବନେଶ୍ବର-୨
ମୋ-୯୯୩୭୦୯୨୩୯୭.

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ନଭେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଏକାଦଶ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ରାଧାମାଧବ ରଥ।

04-11-2025 / 11:06:39

ମନଛୁଆଁ କବିତାଟିଏ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion