କବିତା
ଶୀତର ମଜା

ୠମୁକୁ ଝୁମା
ଖାଲି ଦେହଟାରେ
ସକାଳ ସଂଜରେ
ବାହାରକୁ ଯାଇ
ହଉନିଜମା.....
ମୁଢି ନଡ଼ିଆ
ମଟର ବାଦାମ ମିକ୍ସଚର ବୁଟ
ପାଟିକୁ ଲାଗୁଛି
ଭାରି ବଢିଆ.....
ଧାଇଁ କିଡ଼ିକି
ଶା ଗ ମୂଳା କୋବି
ଟମାଟୋ ଝୁଡ଼ଙ୍ଗ
ବାଡ଼ିରେ ଲାଗିଛି
ଧାଡି ଧାଡିକି.....
ଶୂନ ପାମ୍ପୁଡ଼ି
ରଙ୍ଗ ବେରଙ୍ଗ ର ଗୁଡ଼ି ଉଡିଲାଣି
ଦୂର ଆକାଶ ରେ
ଧାଡିକି ଧାଡି.....
ତାଥେ ଇ ଥେଇ
ବଜାରରେ କେତେ ଗ୍ରୀଟିଂଶ ଦୋକାନ
ବସିଲାଣି ନୂଆ ବର ଷ ପାଇଁ.....
ଶୂନ ଫୁଟୁକି
ପରୀକ୍ଷା ସରିଲେ କପିଳାସ ଯିବୁ
ଏଇ ଥର ବଡଦିନ ଛୁଟିକି.....
ଗରମ ତାଜା
ସାଲ ସୁଏ ଟର କମଳ ଚାଦର
ପାଖେ ଥିଲେ ଲାଗେ
ଶୀତର ମଜା.....
∎
8917460048

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
03-11-2025 / 09:18:48
ଅତି ସୁନ୍ଦର ଲାଗିଲା କବିତା ଟି
ବୃନ୍ଦାବନ କୁମ୍ଭାର
01-11-2025 / 15:52:53
ବଢ଼ିଆ
କୀର୍ତ୍ତନ ସାହୁ
01-11-2025 / 10:21:50
ପିଲାଙ୍କ ମନଲାଖି
ମିନତୀ
01-11-2025 / 09:19:53
ସୁନ୍ଦର ମନଛୁଆଁ
ବିଜୟ ଛିଟୋଇ
01-11-2025 / 09:11:43
ବଢିଆ