କବିତା
କେହି ହେବେ ନାହିଁ ସରି

ଜେଜେ ଅଣ୍ଟାରେ ଖୋସି ରଖିଲେ
ସୁଉକି ଟିଏ ଗଣି
ଖବରକାଗଜ ପଢି ବସିଲେ
ଚଉକିଟିକୁ ଟାଣି
ଯେଉଁ ସୁଉକି ଖୋସି ଥିଲେ ସେ
ଅଣ୍ଟାରୁ ଗଲା ପଡି
ଉଠି ପଡିଲେ ଯେବେ ସେ ଧୋତି
କୁଞ୍ଚ ସଜାଡି କରି
ରଖିଥିଲି ତା` ପିଇବାକୁ ଚା `
ଯାଇ ଗାଁ ମୁଣ୍ଡ ଛକ
ଖୋଜିବା ପାଇଁ ଆଈ କୁ କହି
କଲେ ସେ କଉତୁକ
ନାତିଆ ଥାଇ କହିଲା ଆଈ
କି ଖୋଜୁଅଛୁ ତୁଇ
ଚଉକି ତଳୁ ପାଇ କୁଂପିରେ
ରଖିଛି ନେଇ ମୁହିଁ
ଗୋଟି ଗୋଟିକି କରିଲେ ଜମା
ହୁଏ କୋଟିଏ ଟଙ୍କା
ଜେଜେ ତ କହିଥିଲେ ଯେ ସଞ୍ଚେ
ନ ଥାଏ ତାର ଦକା
ଶୁଣି ଏ କଥା ହସିଲେ ଜେଜେ
ପୁରୁଣା କଥା ଭୁଲି
କହିଲେ ମୋର ନାତି ସାଙ୍ଗରେ
କେହି ହେବେନି ସରି!!
ମୋ -9437000636.

ଲେଖା ସମ୍ପର୍କୀୟ ମତାମତ
Mohan Kumar swain
03-11-2025 / 09:21:31
ଖୁବ୍ ସୁନ୍ଦର ଲାଗିଲା କବିତା ଟି
ବୃନ୍ଦାବନ କୁମ୍ଭାର
01-11-2025 / 15:50:09
ଅତି ସୁନ୍ଦର।
କୀର୍ତ୍ତନ ସାହୁ
01-11-2025 / 10:24:52
ମଜାଳିଆ ଓ ଶିକ୍ଷଣୀୟ
ମିନତି ପଟ୍ଟନାୟକ
01-11-2025 / 09:24:09
ହୃଦୟ ସ୍ପର୍ଶି