କବିତା
ଧାଡି ଭାଙ୍ଗନି ପିମ୍ପୁଡ଼ି ପରି

ସକାଳୁ ଉଠି କୁନା ଦେଖିଲା ଘରେ ପିମ୍ପୁଡି ଧାଡି,
ଭୟରେ ଯାଇ ଲୁଚିଲା ସିଏ
ସବୁ କାମକୁ ଛାଡି ।
ଖୋଜିଖୋଜିକା ବହୁତ ତାକୁ
ଜେଜୀ ମା କଲେ ଠାବ,
ବୁଝାଇ ଦେଲେ ପିମ୍ପୁଡି ନୁହେଁ
କେବେ କାମୁଡା ଜୀବ ।
ଧାଡିରେ ଥାନ୍ତି ପିମ୍ପୁଡି ଦଳ
ଯୁଦ୍ଧେ ସଇନ ପରି,
ଯେତେ ଭାଙ୍ଗିଲେ ପୁଣି ସେମାନେ
ହୋଇଯାଆନ୍ତି ଯୋଡି।
କର୍ମ ଚଞ୍ଚଳ ଥାଆନ୍ତି ପରା
ସେମାନେ ପ୍ରତିକ୍ଷଣ,
ଖାଦ୍ୟ ସଂଗ୍ରହ କରୁଥାଆନ୍ତି
ବିପଦ ଆଗୁ ଜାଣ ।
ପିମ୍ପୁଡି ସିନା ଜୀବଟେ ଛୋଟ
ମହତ ତାର ବହୁ,
ମନ ପ୍ରାଣରେ ଭରି ଦିଏ ସେ
ପ୍ରେରଣା ମିଠାମହୁ ।
ଧାଡି ଭାଙ୍ଗନି ପିମ୍ପୁଡ଼ି ପରି
ମାଡି ଚାଲୁଥ ପିଲେ,
ହୋଇବ ସୁଖୀ ତାପରି ତୁମେ
କରମ କରୁଥିଲେ ।
∎
ଜନାର୍ଦ୍ଦନପୁର ଶାସନ
କେନ୍ଦୁଝର
୭୬୮୩୮୬୭୭୪୨

ଲେଖା ସମ୍ପର୍କୀୟ ମତାମତ