Skip to content
ଶିଶୁ କିଶୋର

କବିତା

ଜଟ କହେ - ସେଲୁନ

ଜଟ  କହେ - ସେଲୁନ

କାହା କଥା ନ ମାନି ସେ
ପଶିଗଲା ମାଳରେ,
ଟେକା ଦିଟା ମାରିଦେଲା
ମହୁଫେଣା ଡାଳରେ.
ପରିସ୍ଥିତି ଅଣାୟତ
କ୍ଷିପ୍ର ବେଗେ ଆସିଲେ,
ନଟିଆର ଆଖି, କାନ
ମୁହଁ ସାରା ଦଂଶିଲେ.
ମରିଗଲି, ମରିଗଲି
ରଡିକଲା ନଟିଆ,
ଡାକତରଖାନା ଯିବ
ଅଣାଗଲା ଖଟିଆ.
ମୁହଁ ଫୁଲି ଯାଇଥିଲା
ସତେ ଅବା ବେଲୁନ
ନଟ କହେ - କେଉଁଆଡେ?
ଜଟ କହେ - ସେଲୁନ!
∎
ଅବସରପ୍ରାପ୍ତ ଶିକ୍ଷକ, ସତ୍ୟବାଦୀ.
ଦୂରଭାଷ - 8763302507.

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ମଇ:୨୦୨୫ , ଦ୍ଵିତୀୟ ବର୍ଷ-ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ମହେନ୍ଦ୍ର କୁମାର ଦାଶ

04-05-2025 / 13:44:55

ପ୍ରଭାତ ସାରଙ୍କ କବିତା ଭଲ ଲାଗିଲା

ବୀରେନ୍ଦ୍ର ମହାନ୍ତି

02-05-2025 / 13:58:57

ଖୁବ୍ ସୁନ୍ଦର କବିତା

ନିରଞ୍ଜନ ପତି

01-05-2025 / 15:14:54

ମଜା କବିତା । ଅଭିନନ୍ଦନ । ନମସ୍ତେ । ଜୟ ଜଗନ୍ନାଥ ।

ରାଧାମାଧବ ରଥ।

01-05-2025 / 14:04:30

କବିତାଟି ମନୋମୁଗ୍ଧକର।

ମିନତି ପଟ୍ଟନାୟକ

01-05-2025 / 13:32:30

ବହୁତ ସୁନ୍ଦର

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion