କବିତା
ଲେମ୍ବୁ ଗଛଟିଏ

ଲେମ୍ବୁ ଗଛଟିଏ ବଗିଚାରେ ଥିଲେ
ବହୁ ଉପକାର ମିଳେ
କଞ୍ଚାଲଙ୍କା ସହ ମନ୍ଥି ଝୋଳ କଲେ
ପଖାଳ ଦିମୁଠା ଚଳେ।
ଔଷଧୀୟ ଗୁଣ ଥାଏ ଭରପୁର
ଜ୍ଞାନୀ ଲୋକ ତାକୁ ଜାଣେ
ହାଟ ତାଲିକାରେ ସ୍ଥାନିତ କରାଇ
ନିଶ୍ଚୟ ଏହାକୁ ଆଣେ ।
ଭିଟାମିନ ସି ଓ ସାଇଟ୍ରିକ ଅମ୍ଳ
ରହିଛି ତା ମଧ୍ୟେ ପୁରି
ନିୟମିତ ଯିଏ ଖାଉଥିବ ସିଏ
ହୃଦଘାତୁ ଯିବ ତରି ।
ଥଣ୍ଡା ସର୍ଦ୍ଧି କାଶ କାଟିଦେଇଥାଏ
ଇମ୍ୟୁନିଟ ବଳ ବେଶି
ତ୍ଵଚାକୁ ଚିକଣ କରଇ ସୁନ୍ଦର
ନାରୀ ହେଉଥାନ୍ତି ଖୁସି ।
ନାଲି ଚା ସହ ଲେମ୍ବୁ ରସ ଦେଇ
ପିଉଥାଏ ଯିଏ ନିତି
କୋଷ୍ଠକାଠିନ୍ୟରୁ ଦୂର କରିହୁଏ
ରୋଗକୁ ସେ ଯାଏ ଜିତି ।
କେତେ ଉପକାରୀ ଗଛଟି ଆମରି
ବାରି ବଗିଚାରେ ରୁଅ
ଦୈନିକ ଏହାକୁ ବ୍ୟବହାର କରି
ରୋଗକୁ ଦୂରେଇ ଦିଅ ।
∎
ଗୋରଡ଼ାପାଳ, କରମୂଳ, ମହିମାଗାଦି
ଢେଙ୍କାନାଳ
ଦୂରଭାଷ_୯୯୩୮୮୦୨୪୧୨

ଲେଖା ସମ୍ପର୍କୀୟ ମତାମତ
Tanmayee Mishra
22-05-2025 / 11:52:30
ଖୁବ୍ ସୁନ୍ଦର ଭାବରେ ନିଜର ଭାବନାକୁ ବ୍ୟକ୍ତ କରିଛନ୍ତି।
ଜୟକୃଷ୍ଣ ସାହୁ
03-05-2025 / 08:00:22
ଦୀନବନ୍ଧୁ ବାବୁଙ୍କର ଲେମ୍ବୁ ପ୍ରତି ଭଲପାଇବା ଗୁଣ କବିତାଟିକୁ ସୁନ୍ଦର କରିଛି। ପୋଇ ଵାଵୁ ବାଡ଼ିରେ ଲେମ୍ବୁ ଚାଷ କରିଛନ୍ତି ନା ନାହିଁ?
ଅନନ୍ତ କୁମାର ସେନାପତି
01-05-2025 / 18:34:59
ୱା ଚମତ୍କାର kabita
ନିରଞ୍ଜନ ପତି
01-05-2025 / 15:08:21
ଭଲ କବିତା। ଖୁବ୍ ଶିକ୍ଷଣୀୟ ।ଇମ୍ୟୁନିଟି ଶବ୍ଦର ଓଡିଆ ବ୍ୟବହାର ହେଇଥିଲେ ଭଲ ହେଇଥାନ୍ତା । ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ଜୟଗୁରୁ ।
Jayanta Kumar Dash
01-05-2025 / 10:28:08
Shishu kabitati atyanta akarshaniya shikshaniya oupadeya hoichhi