କବିତା
କୁନା ଓ ପ୍ରଜାପତି

କୁନି ପ୍ରଜାପତି ରଙ୍ଗ ରଙ୍ଗିଆ
ହଳଦିଆ ନାଲି ଛିଟି ଛିଟିଆ
କଉତୁକେ ଯାଏ ଉଡ଼ି
ଫୁଲ ଉପରେ ବସିଲା ବେଳେ
ଦେଉଥାଏ ଡେଣା ଝାଡି ।
କୁନା ପଚାରିଲା ହେ ପ୍ରଜାପତି
ସୁନ୍ଦର ବୋଲିତ ବଡ଼ାଇ ଅତି
ଦେଉନୁ ଟିକିଏ ଧରା
ହେଲାଣି ମୋହର ସ୍କୁଲ ବେଳା
ଗୁରୁମା ରାଗିବେ ପରା ।
ପ୍ରଜାପତି କହେ କୁନା ରେ କୁନା
ସ୍କୁଲ କୁ ଯାଆ ଡେରି କରନା
ଆସିଲେ ଖେଳିବା ଖେଳ,
ଦୁହେଁ ମିଶି ଆମେ ହୋଇବା ସାଙ୍ଗ
ହେବା ନାହିଁ ମାଡ ଗୋଳ ।
ପାଠ ପରା ଅଟେ ଜଗତେ ସାର
ପାଠୁଆ ସବୁଠି ପାଏ ଆଦର
ପାଠରେ ନକର ହେଳା,
ଚଗଲାମି ଛାଡ଼ି କଥା ମାନି ମୋର
ଶୀଘ୍ର ସ୍କୁଲ କୁ ପଳା ।
∎
ଭୂଦାନ ନଗର, ଚକ୍ରତୀର୍ଥ ରୋଡ, ପୁରୀ
ଫୋନ୍ - ୯୧୦୮୩୩୦୭୪୪

ଲେଖା ସମ୍ପର୍କୀୟ ମତାମତ