Skip to content
ଶିଶୁ କିଶୋର

କବିତା

ଚମ ଧୁଡୁଧୁଡୁ ଧାକୁଡି

ଚମ ଧୁଡୁଧୁଡୁ ଧାକୁଡି

ଚମ ଧୁଡୁଧୁଡୁ ଧାକୁଡି
ବାରିରେ ରୋଇଲା କାକୁଡି
ଭାଡିରେ ଫଳିଲା ଲାଉ,
ଲାଉ ନେଇଗଲା ହନୁମାଙ୍କଡ ଲୋ
ଧାକୁଡି ଦେଖାଏ ତାଉ ।୧।
ଚମ ଧୁଡୁଧୁଡୁ ଧାକୁଡି
ଖେଳିବାକୁ ଡାଳ-ମାଙ୍କୁଡି
ଗଛରେ ବସିଲା ଯାଇ,
ଧାକୁଡି ବୁଢୀର ଗଛଚଢା ଦେଖି
ହସୁଥିଲେ ସାଇ-ଭାଇ ।୨।
ଚମ ଧୁଡୁଧୁଡୁ ଧାକୁଡି
ସଞ୍ଜକୁ ଛାଣିଲା ପକୁଡି
ବାସିଗଲା ଗାଆଁସାରା,
ଗରମ ପକୁଡି ଖାଇଦେଇ ପେଟେ
ଉଡିଗଲେ ଯୋଡିପାରା ।୩।
ଚମ ଧୁଡୁଧୁଡୁ ଧାକୁଡି
ସଜେଇ ବାଉଁଶ ଆଙ୍କୁଡି
ତୋଳିଲା ସଜନା ଛୁଇଁ,
ବେସର ବାଟିଲା, ତରକାରୀ କଲା
ଖାଇଦେଲେ ଟୁଆଁ-ଟୁଇଁ ।୪।
ଚମ ଧୁଡୁଧୁଡୁ ଧାକୁଡି
ଉଠେଇଲା ଘର ସଙ୍ଖୁଡି
ପବନା ମାଇଲା ଝାଡୁ,
ଧୂଳି `ଧାକୁଡି`ର ନାକରେ ବାଜିଲା
ରାଗେ ହେଲା କାଡୁମାଡୁ ।୫।
∎

ଶୁଶୁଡା, ଅନୁଗୋଳ
ମୋ - ୭୯୭୮୦୮୭୮୯୧

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅଗଷ୍ଟ:୨୦୨୬ , ତୃତୀୟ ବର୍ଷ : ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ତପନ କୁମାର ସ୍ବାଇଁ

04-08-2026 / 06:50:38

କାକୁଡି ରୋଇଲା ଲାଉ କେମିତି ଫଳିଲା ।କିଛି ବୁଝି ହେଲାନି

Sanjukta parichha

01-08-2026 / 17:16:07

ପିଲାଙ୍କ ମନଲାଖି ସୁନ୍ଦର କବିତାଟିଏ ।

ଧୀରେନ ମିଶ୍ର

01-08-2026 / 16:52:07

ମୋ କବିତାଟିକୁ ପଢି ପ୍ରେରଣାଦାୟକ ମତାମତ ଦେଇଥିବା କବିବନ୍ଧୁ ମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ପ୍ରଣାମ।

Haripriya Pattnaik

01-08-2026 / 15:56:55

ବହୁତ ମଜାର କବିତା। ଭଲହେଇଛି।

Dhananjaya swain

01-08-2026 / 15:48:53

Very nice.

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion