କବିତା
କହିବ ନାହିଁ

ବାଧିଲା ଭଳି କଥା ପଦିଏ
କହିବ ନାହିଁ କେବେ
ମଧୁର କଥା କହି ତୋଷିବ
ଦେଖିବ ବନ୍ଧୁ ଯେବେ ।
ବୁଝି ବିଚାରି କହିବ କଥା
ହେବନି ତରବର
ପାଟିରୁ କଥା ବାହାରି ଗଲେ
ଅଫେରା ଧନୁଶର ।
କଥା ବଳରେ ହୁଅଇ ପରା
ସାରା ଦୁନିଆଁ ବଶ
ପରକୁ କରି ଦିଏ ନିଜର
ଦୁଃଖରେ ଦିଏ ହସ ।
କଥା ହୁଡିଲେ କଳହ ବଢ଼େ
ଅଶାନ୍ତି ଆସେ ମାଡ଼ି
ଭଲ ଭିତରେ ହୁଅଇ ମନ୍ଦ
ପିଠିରେ ବାଜେ ବାଡ଼ି ।
କହି ଜାଣିଲେ କଥା ସୁନ୍ଦର
ସଭିଙ୍କୁ ହୁଏ ଜିଣି
ବିନୟ କଥା କହିଲେ ସଦା
ମନକୁ ନିଏ କିଣି ।
ଯାହାକୁ ତୁମେ କଥା ଦେଇଛ
କଥାର ଭାଉ ରଖ
ଗୁପତ କଥା କହିବ ନାହିଁ
ଦେବନି କା`କୁ ଦୁଃଖ ।
ଗ୍ରାମ/ପୋ -ତୋଟାପଡା
ଭାୟା -ଘଣ୍ଟେଶ୍ଵର
ଜିଲ୍ଲା -ଭଦ୍ରକ ୭୫୬୧୨୯
ମୋବାଇଲ ୯୯୩୭୬୭୨୭୦

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
23-08-2026 / 08:31:45
ଖୁବ୍ ସୁନ୍ଦର ଲାଗିଲା କବିତା ଟି
ଶ୍ରୀ ପ୍ରସନ କୁମାର ନାୟକ।
04-08-2026 / 17:30:13
ବହୁତ ସୁନ୍ଦର ଶିଶୁ ପତ୍ରିକା ଟିଏ। ଲେଖା ଗୁଡିକ ବହୁତ୍ ମନଛୁଆଁ ହୋଇଛି।।
Shashi kanta palai
03-08-2026 / 15:32:15
Mind blowing for kids
Niranjan Sahoo
02-08-2026 / 12:37:21
ଶିକ୍ଷଣୀୟ ହୋଇଛି।
Haripriya Pattnaik
01-08-2026 / 15:58:26
ବହୁତ ସୁନ୍ଦର କବିତା। ମନଛୁଆଁ।