କବିତା
କରିଦିଅ ମୋତେ......

କରିଦିଅ ମୋତେ ଫୁଲଟିଏ ପ୍ରଭୁ
ଗଛେ ଫୁଟି ହସୁଥିବି
ବାସରେ ବତୁରି ବାସନା ବିତରି
ହସିହସି ରହିଥିବି I
କରିଦିଅ ମୋତେ ଫୁଲଟିଏ ପ୍ରଭୁ
ତୁମ ଚରଣ ଛୁଉଁଥିବି
ଧନ୍ୟ ହେବ ମୋର ଫୁଲ ଜନମ
କେତେ ପୁଣ୍ୟ ଅରଜିବି I
କରିଦିଅ ମୋତେ ଦୀପଟିଏ ପ୍ରଭୁ
ବିତରୁଥିବି ଆଲୋକ
ଆଲୋକ ବିତରି ସଦା ଖୁସି ରହି
ଧନ୍ୟ ମଣିବି ମୁଁ ନିତ୍ୟ I
କରିଦିଅ ମୋତେ ଦୀପଟିଏ ପ୍ରଭୁ
(ତୁମ)ପାଦତଳେ ରହିଥିବି
ସୁନ୍ଦର ଆଲୋକେ ଝଟକିବ ନିତି
ଖୁସି ତହିଁରେ ଲଭିବି I
ବଉଦରାଜ , ଜି. ବୌଦ୍ଧ
ମୋ.9437478466

ଲେଖା ସମ୍ପର୍କୀୟ ମତାମତ