Skip to content
ଶିଶୁ କିଶୋର

କବିତା

ବଳଠୁଁ ବୁଦ୍ଧି ବଡ

ବଳଠୁଁ  ବୁଦ୍ଧି ବଡ

ଚଢୁଚଢୁକା ଶଂଖୀ ବିଲେଇ
ଶିକାରୁ ଗଲା ପଡି
ଚାଳରୁ ଦେଖି ଡାମରା କାଉ
ହସରେ ଗଲା ଗଡି ।।
ମାଛରୁ ଖଣ୍ଡେ ପଡିଲା ଖସି
ଅଜା ମୋ ଖାଉଖାଉ
କୋଉଠି ଥିଲା ମୋ ବୁଢୀ ଆଈ
ହେଲା ସେ ରାଉରାଉ ।।
ଆସିଲା ନାନୀ ହଲେଇ କାନି
ଧୋବ ଧୋବିଲା ସିଏ
ଝାମ୍ପି ନେଲାସେ ମାଛ ଖଣ୍ଡିକ
କହିଲ ଦେଖି କିଏ? ।।
ଅନେଇ ଥିଲା କାଳିଆ ଭୁଆ
ମାଡି ବସିଲା ତାକୁ
ବିଲେଇ ନାନୀ ପାଟିକି ଖାଲି
କରିଲା ଚାକୁଚାକୁ ।।
ରୁମୁ ରୁମିଆ ଆମ ଭାଲୁଆ
ନାଚିଲା ଥେଇଥେଇ
କାମୁଡି ଦେଇ ଭୁଆ ପିଠିକି
ମାଛଟି ଗଲା ନେଇ ।।
ନାଳୁଆ ଥିଲା କୁକୁର ପାଟି
ମାଛ ପଡିଲା ଖସି
ଡାମରା କାଉ ଥେଇ ନେଇ
ଡାଳରେ ଗଲା ବସି ।।
କାଉ କହିଲା ବିଲେଇ ନାନୀ
ହଉଥା ଘଡଘଡ
ବଳ ଯାହାର ମୂଲକ ତା`ର
ତା` ଠାରୁ ବୁଦ୍ଧି ବଡ ।।

ହୃଦପଲ୍ଲବ ଗୁରୁବିହାର ସର୍ବୋଦୟ ନଗରପୁରୀ-୨

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଫେବୃଆରୀ:୨୦୨୪ , ପ୍ରଥମ ବର୍ଷ : ଦ୍ଵିତୀୟ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

04-02-2024 / 18:53:18

ସୁନ୍ଦର ମଜାଳିଆ କବିତା। ଭଲଲାଗିଲା।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion