Skip to content
ଶିଶୁ କିଶୋର

କବିତା

ଆମ ଗୁଡିଆ

ଆମ ଗୁଡିଆ

ଆମଗୁଡିଆ ଖେଳେ ବଢ଼ିଆ
ଖେଳଣା ହାତେ ଧରୀ
ସୁନ୍ଦର ଛବି ଦେଖିଲେ ପୁଣି
ନଦିଏ କେବେ ଚୀରି।
ଜହ୍ନ ରାଇଜେ ଘର କରିବ
ମନରେ ଅଛି ଭାବି
ଘରର ତାଲା ଖୋଲଇ ନିତି
ହାତେ ଧରିକି ଚାବି।
ସଫାସୁତୁରା ରହ ଇ ପରା
ରାଗ ରୋଷ ନକରି
ସିଲଟେ ଖଡ଼ି, ଗାର ଇ ନିତି
ଅ,ଆ,ନାମକୁ ଧରି।
ଛୋଟରୁ ତା,ର ମହକ ଦେଖି
ଲୋକେ କହନ୍ତି ଭଲ
ଜୀବନ ତା,ର ମଙ୍ଗଳ ହେବ
ଦିଶୁଛି ଜଲ ଜଲ।
ଏମିତି ସବୁ ଶିଶୁ କୁଳର
ଅନ୍ଧାର ଯିବ ହଟି
ନୂଆ ସୂରୁଯ ଉଦୟ ହେବ
ଆଲୋକ ଦିଶି ବଟି।
ବାପା ମା,ଙ୍କର ହାତରେ ଅଛି
ଦୀପ ଶିଖା ଟି ଦେଖ
ତାଙ୍କ ଆଦେଶ ମାନି ଚଳିଲେ
ରହିବ ତୁମ ଟେକ।
∎
ଚାଣ୍ଟିପଲା, ଟିଟିଲାଗଡ଼
୯୬୬୮୮୬୮୭୦୬

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜାନୁଆରୀ:2026 , ତୃତୀୟ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

Mohan Kumar swain

01-01-2026 / 20:04:14

ଭଲ ଲାଗିଲା କବିତା ଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion