କବିତା
ଦେହକୁ ହିତ ସକାଳ ବୁଲା

ଦେହକୁ ହିତ ସକାଳ ବୁଲା
ଭୁଲନି ପିଲାମାନେ,
ଅଭ୍ୟାସ କଲେ ଜୀବନ ହେବ
ନୀରୋଗ ପ୍ରତିକ୍ଷଣେ ।
ସକାଳେ ବେଳା ପବନେ ଥାଏ
ଶୁଦ୍ଧ ଅମଳଜାନ,
ଶକତି ମିଳେ ଅମାପ ସେଠୁ
ଜାଣ ଯେ ରାତିଦିନ ।
ମନ ସତେଜ ରହେ ଦିନଟି
ବୁଲି ଆସିଲେ ଥରେ,
ମନ୍ଦ ଚିନ୍ତାକୁ ଆମ ଭିତରୁ
ସଅଳ ଦୂର କରେ ।
ସକାଳେ କେତେ କୀଟ ପତଙ୍ଗ
ବୁଲନ୍ତି ମାଳ ମାଳ,
ତାଙ୍କ ପାଇଁ ତ ସେଇ ସମୟ
ଖାଦ୍ୟ ସଂଗ୍ରହ ବେଳ ।
ପବନ ଗାଏ ମଧୁର ଗୀତ
ଖରା ବଜାଏ ବାଜା,
ସକାଳ ବେଳା ସଭିଙ୍କୁ କରେ
ମନ ରାଇଜ ରାଜା ।
ତୁମକୁ ପିଲେ ସକାଳ ବେଳା
ଫୁଲ ପରିକା ଗଢେ
ସକାଳେ ବୁଲି ପଢିଲେ ଆସି
ସ୍ମରଣ ଶକ୍ତି ବଢେ ।
∎
ଜନାର୍ଦ୍ଦନପୁର ଶାସନ
କେନ୍ଦୁଝର
୭୬୮୩୮୬୭୭୪୨

ଲେଖା ସମ୍ପର୍କୀୟ ମତାମତ
ହରିପ୍ରିୟା ପଟ୍ଟନାୟକ
03-01-2026 / 10:08:12
ଶିଶୁ ଉପଯୋଗୀ କବିତା
Mohan Kumar swain
01-01-2026 / 19:57:51
ଖୁବ୍ ସୁନ୍ଦର ଲାଗିଲା କବିତା ଟି
Niranjan pati
01-01-2026 / 13:43:12
Badhia sishu upajogi kabita.. avinandana