କବିତା
ଥୁକୁଲୁ ଥୁକୁଲୁ ଥା

ଥୁକୁଲୁ ଥୁକୁଲୁ ଥା
ମୁଁ ଗଲି ତୁ ଆ
ତୋ ପାଇଁ ପରା ପିଲାଏ ମୋତେ
କଲେଣି ଟା ଟା......
ଥୁକୁଲୁ ଥୁକୁଲୁ ଥା
ଗ୍ରୀଟିଂଙ୍ଗସ ଟିଏ ନେ
ଡ଼ାଇରି ଟିଏ ଦେ
ପିକନିକ ରେ
ମଉଜ କରି
କ୍ୟାଲେଣ୍ଡର ରେ ଥା
ଥୁକୁଲୁ ଥୁକୁଲୁ ଥା....
ନୂଆ ବରଷ ଆ
ଖଜା ଓ ଲଡ଼ୁ ଖା
କୁନା କୁନୀଙ୍କ ଓଠ ରେ ହସ
ପିୟୁଷ ଭରି ଯା
ଥୁକୁଲୁ ଥୁକୁଲୁ ଥା.....
ଥୁକୁଲୁ ଥୁକୁଲୁ ଥା
ମୁଁ ଗଲି ତୁ ଆ
ତୋ ପାଇଁ ପରା ପିଲାଏ ମୋତେ
କଲେଣି ଟା ଟା
ଥୁକୁଲୁ ଥୁକୁଲୁ ଥା.......
ନୀଳଚକ୍ର ନଗର, ଅଠର ନଳା
ପୁରୀ -2
8917460048

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
12-01-2026 / 18:46:37
ନୂଆ ବର୍ଷ ପାଇଁ ନୂଆ ଧାରାର କବିତା। ଭଲଲାଗିଲା। ଧନ୍ୟବାଦ।
ନିରଞ୍ଜନ ସାହୁ
03-01-2026 / 19:35:06
ନୂଆ ଢଙ୍ଗ ରେ ନୂଆ ବରଷ ସ୍ଵାଗତ କରିବା ପିଲାଏ ଆସ। ଅତି ସୁନ୍ଦର।
ହରିପ୍ରିୟା ପଟ୍ଟନାୟକ
03-01-2026 / 10:29:59
ନୂଆବର୍ଷ କୁ ସ୍ଵାଗତ କରିବାପାଇଁ ସୁନ୍ଦର କବିତା।
Dhananjaya swain
02-01-2026 / 01:26:53
I appreciate its composition. New type.
Mohan Kumar swain
01-01-2026 / 20:08:22
ଖୁବ୍ ସୁନ୍ଦର