କବିତା
ନୂଆ ବରଷ

ନୂଆ ବରଷ ତୁ -
ଖୁସି ନହବତ ବଜେଇ ଦେ`
ଅଭାବ କଷଣ ହଜେଇ ଦେ`
ଜନ ମାନସରୁ ଦୁଃଖ ଅମା ଟାଳି
ନିରାଶ ପରାଣେ ଆଶାଦୀପ ଜାଳି
ଧୂଳି ଧୂସରିତ ଧରଣୀ ବୁକୁରେ
ସରଗ ସୁଷମା ସଜେଇ ଦେ`
ସବୁରି ମନକୁ ମଜେଇ ଦେ`।
ନୂଆ ବରଷ ତୁ -
ମମତାର ଫୁଲ ଫୁଟେଇ ଦେ`
ଶରଧା-ସୁବାସ ଛୁଟେଇ ଦେ`
ଜାତି-ଧରମର ଭେଦାଭେଦ ଭାବ
ନ ପାଉ ମଣିଷ ମନତଳେ ଠାବ
ପର- ଆପଣାର ବିଚାରଧାରାକୁ
ସବୁରି ମନରୁ ତୁଟେଇ ଦେ`
ସଭିଙ୍କୁ ଏକାଠି ଜୁଟେଇ ଦେ`।
ନୂଆ ବରଷ ତୁ -
ନୂଆ ବାଟ ଗୋଟେ ବତେଇ ଦେ`
ସେବାରେ ସଭିଙ୍କୁ ମତେଇ ଦେ`
ଶାନ୍ତିର ମଧୁ ସଙ୍ଗୀତ ଗାଇ
ହୁଅନ୍ତୁ ସଭିଏଁ ଆନନ୍ଦରେ ବାଇ
ସତ୍ୟ, ଅହିଂସାକୁ ଆଦରିଛି ଯିଏ
ଅଚିରେ ତାହାକୁ ଜିତେଇ ଦେ`
କାଳ ତା` ସୁଖରେ ବିତେଇ ଦେ`।
∎
ବି-୧୦/୧୪୫,କେନ୍ଦ୍ରୀୟ ବିହାର
ତମାଣ୍ଡୋ,ଭୁବନେଶ୍ଵର-୨୮
ଫୋ:୯୮୬୮୮୦୫୯୯୬

ଲେଖା ସମ୍ପର୍କୀୟ ମତାମତ
ବସିରନ୍ ବିବି
27-01-2026 / 19:34:37
ଖୁବ୍ ସୁନ୍ଦର ହୋଇଚି କବିତା ଟି।
ଜୟକୃଷ୍ଣ ସାହୁ
12-01-2026 / 18:53:51
ନୂଆ ଧାରାର କବିତାଟି ଭଲଲାଗିଲା। ଧନ୍ୟବାଦ।
ହରିପ୍ରିୟା ପଟ୍ଟନାୟକ
03-01-2026 / 10:11:59
ବହୁତ ସୁନ୍ଦର ହେଇଛି କବିତାଟି।
Mohan Kumar swain
01-01-2026 / 20:02:21
ଖୁବ୍ ସୁନ୍ଦର ଲାଗିଲା କବିତା ଟି
ଡକ୍ଟର ସୁନାମଣି ରାଉତ
01-01-2026 / 13:50:31
ସୁନ୍ଦର ଓ ଶିକ୍ଷଣୀୟ କବିତା !! ଧନ୍ୟବାଦ କବି ।