କବିତା
ପକ୍ଷୀ ଆମର ପ୍ରିୟ

ଦୁଇଟି ବଣି ଦେଖିବ ଯଦି ଦିନଟି ଯିବ ଶୁଭେ,
ଶଙ୍ଖ ଚିଲଟି ଆଣଇ ଖୁସି ଉଡଇ ନୀଳ ନଭେ।
କାଉ ରାବିଲେ ରାଉ ରାଉ କା କୁଣିଆ ଆସେ ଘରେ,
ଚାଉଳ ମୁଠେ ଥୋଇଲେ ଖାଇ ଯିବ ସେ ଉଡି ଦୂରେ।
ଘୁମୁଘୁମୁରା ଚିକଣ ପାରା ଘର ତାଜାରେ ଥିଲେ,
ଆପଦ କେବେ ଆସଇ ନାହିଁ ଜୀବନ କଟେ ଭଲେ।
ଶୁଆ ଶାରୀଙ୍କୁ ପୋଷିଲେ ଘରେ କହିବେ କଥା ଶିଖି,
ପକ୍ଷୀଙ୍କୁ ବାନ୍ଧି ରଖିବା ନାହିଁ ହେବେ ସେ ବଡ ଦୁଃଖୀ।
ରାତି ଅଧରେ କୁନ୍ଥେଇ କରି ପେଚାଟି ଯେବେ ଡାକେ,
ମନରେ ଭୟ ଆଣିବା ନାହିଁ ରାତିରେ ସିଏ ଜାଗେ।
ଘର ଚଟିଆ ବାଇ ଚଢେଇ କଜଳ ପାତି ଯେତେ,
କିଚିରିମିଚି ଶବଦ କରି ବୁଲନ୍ତି ଚାରିପଟେ।
ପଶୁଙ୍କ ପରି ପକ୍ଷୀ ବି ଆମ ଅଟନ୍ତି ବଡ ପ୍ରିୟ,
ଅନ୍ଧ ବିଶ୍ବାସ ମନରୁ ଠେଲି ସୁରକ୍ଷା ତାଙ୍କୁ ଦିଅ।

ଲେଖା ସମ୍ପର୍କୀୟ ମତାମତ