କବିତା
ଵନ୍ଦ କର ଏ ଲଢେଇ

ଵନ୍ଦ କର ଏ ଲଢେଇ
ଦେଖାଅନି ଆଉ ବଢ଼େଇ
ପଳ ପଳ କରି ରକତ ନିଗାଡି,
ମୁଣ୍ଡ ଦିଅନାହି ଗଡ଼େଇ।
ବିବେକ ବାଟକୁ ହୁଡୁଛ
ବଳୁଆ ଦେଖେଇ ଲଢୁଛ
ଦୟାମାୟା ଟିକେ ତୁମଠାରେ ନାହିଁ
ମଣିଷ ପଣିଆ ଛାଡୁଛ?
ନିରୀହ ମଣିଷ ମରୁଛି
ଵୋମାମାଡେ ଭୂଇଁ ଥରୁଛି
ବାରୁଦରକଳା ଧୂଆଁ କୁ ଆଡେଇ
ଆକାଶ ରୁ ନିଆଁ ଝରୁଛି।
ବାପା,ମାଆ,ବାସ ଛଡେଇ
ଵଉଶ ଦେଉଛ ବୁଡ଼େଇ
ମାଳମାଳ ପିଲା ଅନାଥ କରୁଛ
କେଉଁ ଯଶ ଖ୍ୟାତି ବଢ଼େଇ?
ତୁଛା ମୁଣ୍ଡେ ରାଗ ଚଢେଇ
ହିଂସା କୁ ଧରୁଛ ଜଡେଇ
ଯିଦି ଵାଦିରେ କି ପରମାଣୁ ଅସ୍ତ୍ରେ
ପୃଥିବୀ ଟା ଦେବ ଉଡେଇ??
ବନ୍ଦ୍ କର ଏ ଲଢେଇ।
------+------
୫୫୪/୧୯୬୫, ଶ୍ରୀ ବିହାର, ପଟିଆ, ଭୁବନେଶ୍ଵର-୩୧

ଲେଖା ସମ୍ପର୍କୀୟ ମତାମତ