Skip to content
ଶିଶୁ କିଶୋର

କବିତା

ଗୁଣୁଗୁଣୁ - ଝୁଣୁଝୁଣୁ

ଗୁଣୁଗୁଣୁ - ଝୁଣୁଝୁଣୁ

ଅନ୍ଧାରରେ ମଶା ଗୁଣୁଗୁଣୁ
ହାତେ ପାଣି କାଚ ଝୁଣୁଝୁଣୁ
ନାତି ନାତୁଣୀଏ ଶୋଇ ପଡିଲେଣି
ଆଈଙ୍କଠୁ ଗପ ଶୁଣୁଶୁଣୁ ।।

କୁରାଢ଼ୀରେ କାଠ ଗଡ଼ଗଡ଼
ଆକାଶରେ ମେଘ ଘଡ଼ଘଡ଼
ଅନ୍ଧାରରାତିରେ ଡର ପଶିଗଲେ
ଛାତି କରୁଥାଏ ଧଡ଼ଧଡ଼ ।।

ଭଙ୍ଗା ଖଟିଆଟି କଟକଟ
ଦୁଆରେ କବାଟ ଖଟଖଟ
ମାଛ ଖାଇବାକୁ ପୋଖରୀ କୂଳରେ
ବଗ ଚାହିଁଅଛି ମଟମଟ ।।

ପାଣି ବହୁଅଛି ଝରଝର
ଯୋଗୀ ବୁଲୁଛନ୍ତି ଘରଘର
ପଢ଼ା ବେଳେ ପଢ଼ ଖେଳବେଳେ ଖେଳ
କାମରେ ନହୁଅ ତରତର ।।

ଅନ୍ଧାର ରାତିଟା କିଟିକିଟି
ଆକାଶରେ ତାରା ମିଟିମିଟି
ଛୁରୀ କଟୁରୀକୁ ଶାଣ ଦିଆଯାଏ
କମାରଶାଳରେ ପିଟିପଟି ।।

ବିଲେଇ କରୁଛି ଖସଖସ
ଖୁସିଥିଲା ମୁହଁ ହସହସ
ଆରେ ପିଲାମାନେ କୁଆଡ଼େ ଯାଉଛ
ପାଖରେ ଟିକିଏ ବସବସ ।।

ନର୍ଦ୍ଦମାରେ ପୋକ ସଲସଲ
ପଡିଆରେ ଛେଳି ପଲପଲ
ଯେତେ କହିଲେ ବି କିଛି ବୁଝୁନାହିଁ
କୁନି ପୁଅ ଚାହେଁ ବଲବଲ ।।
∎
ରାଜ କିଶୋରନଗର, ଅନୁଗୋଳ
ମୋ – ୯୪୩୭୫୪୭୧୪୬

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଡିସେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଦ୍ବାଦଶ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଧୀରେନ ମିଶ୍ର

02-12-2025 / 22:51:27

ସୁନ୍ଦର ଯୁଗ୍ମଶବ୍ଦର ପ୍ରୟୋଗ । କବିବନ୍ଧୁଙ୍କୁ ଅନେକ ଶୁଭେଚ୍ଛା ।

ଡ. ବିଜୟା ପାତ୍ର

02-12-2025 / 18:57:30

ଖୁବ୍ ସୁନ୍ଦର ଲେଖା। ଶବ୍ଦ ସଂଯୋଜନା ଚମତ୍କାର।

Mohan Kumar swain

01-12-2025 / 12:39:56

ଚମତ୍କାର ଶିଶୁ କବିତା ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion