କବିତା
ଖରା ହେଉଅଛି ଟାଇଁଟାଇଁ

ଖରା ହେଉଅଛି ଟାଇଁଟାଇଁ,
ଦେହରେ ପଡ଼ିଲେ ନିଆଁଝୁଲ ପରି
ଲାଗୁଅଛି ପରା ଚାଇଁ ଚାଇଁ ।
ଖରା ହେଉଅଛି ଟାଇଁଟାଇଁ,
ଅମାନିଆ ହୋଇ ବାହାରେ ବୁଲିଲେ
ମୁଣ୍ଡ ହୋଇଯାଏ ଝାଇଁ ଝାଇଁ ।
ଖରା ହେଉଅଛି ଟାଇଁଟାଇଁ,
ଶୋଷରେ ଆତୁର ହୋଇକି ମନଟା
ପାଣି ପିଇବାକୁ ହାଇଁ ପାଇଁ ।
ଖରା ହେଉଅଛି ଟାଇଁଟାଇଁ,
ଗରମ ପବନେ ମୁହଁ ଶୁଖିଯାଏ
ଝାଞ୍ଜି ବହୁଅଛି ସାଇଁ ସାଇଁ ।
ଖରା ହେଉଅଛି ଟାଇଁଟାଇଁ,
ଆମ ପାଇଁ ବଡ଼ ବିପଦର କଥା
ଜାଣିକି ଯିବାରେ କାହିଁ ପାଇଁ ।
ଖରା ହେଉଅଛି ଟାଇଁଟାଇଁ,
କଥା ମାନି ଆମେ ଘରେ ତ ରହିବା
ବାହାରକୁ ଯିବା ନାଇଁ ନାଇଁ ।
ବାଉଁଶିଆପଡା,ନୟାଗଡ଼
୮୨୭୦୩୭୨୪୯୮

ଲେଖା ସମ୍ପର୍କୀୟ ମତାମତ