କବିତା
ପିଲାଙ୍କ ନାନାବାୟା ଗୀତ : ଟିନ୍ ଟିନ୍ ଟିନ୍

ଟିନ୍ ଟିନ୍ ଟିନ୍
ତାକ୍ ଧିନା ଧିନ୍ ।
ଘଣ୍ଟା ଗଲା ବାଜି
ଖେଳ ହେବ ଆଜି ।
ଜମିଯିବ ଖେଳ
ସରିଯିବ ବେଳ ।
ଘୋଟିଗଲା ମେଘ
ସତେ ବଡ଼ ବାଘ ।
ଗରଜିଲା ଆସି
ହଜିଗଲା ଖୁସି ।
ଘଡ଼ ଘଡ଼ ଘଡ଼
ମେଘକୁ ତ ତଡ଼ ।
ହାଉଁ ହାଉଁ ହାଉଁ
ଯାହା ପାଉଁ ଖାଉଁ ।
କଳା ମେଘ ଦେଖି
ଆଖି ଗଲା ଲାଖି ।
ଖେଳ ହେଲା ଶେଷ
ବହି ପାଖେ ବସ ।
ମେଘ ଦେଲା କୁଟି
ସ୍କୁଲ ହେଲା ଛୁଟି ।
∎
ରାଜ କିଶୋରନଗର , ଅନୁଗୋଳ
ମୋ – ୯୪୩୭୫୪୭୧୪୬

ଲେଖା ସମ୍ପର୍କୀୟ ମତାମତ
ଲକ୍ଷ୍ମୀକାନ୍ତ ଦଳେଇ
01-06-2026 / 12:32:01
ସରଳ ଓ ମନଛୁଆଁ ଲେଖା।
ଡ. ବିଜୟା ପାତ୍ର
01-06-2026 / 09:14:53
ସୁନ୍ଦର ରଚନା। ଭଲ ଲାଗିଲା ଠିକ୍ ରାପ୍ ସଂଗୀତ ପରି।