Skip to content
ଶିଶୁ କିଶୋର

କବିତା

ଦିନେ ଆମ କାମ ପାଇଁ

ଦିନେ ଆମ କାମ ପାଇଁ

ଯେତେ କୁନାକୁନି
ଯେତେ ଟୁଆଁ ଟୁଇଁ
କହିବା ମଧୁର କଥା
ଖେଳିବା ଆସରେ
ମିଳିମିଶି ସଭେଁ
ଭୁଲିବା ହୃଦୟ ବ୍ୟଥା l

ମିଛ କହିବାନି
ସତ କହୁଥିବା
ଡରିବାନି କେଭେଁ ଭାଇ
ଗରିବକୁ ମୁଠେ
ଦାନା ଦେବା ପାଇଁ
ଯିବାରେ ଆମେ ଆଗେଇ ll
ଦେଶ ହିତ ପାଇଁ
କାମ କରିଯିବା
ହାତକୁ ହାତ ମିଳାଇ
ସଭିଏଁ ଝୁରିବେ
ରହିବେନି କେହି
ଦିନେ ଆମ କାମ ପାଇଁ ll
କବିକୁଟୀର
∎
ଡ଼ଇଁଚା,
ରେଢ଼ାଖୋଲ,
ସମ୍ବଲପୁର
9438150631

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜୁନ :୨୦୨୬ , ତୃତୀୟ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion