Skip to content
ଶିଶୁ କିଶୋର

କବିତା

ନଭାଂଗୁ ରେ ଖୁସି ପସରା

ନଭାଂଗୁ ରେ ଖୁସି  ପସରା

ଶୁଣିଲୁଣି କିରେ ଚକରା?
ଢିମା ଢିମା ଆଖି ନଚେଇକି କହେ
ତଳ ସାହି ପିଲା ମକରା।

ବିଦେଶରେ କାଳେ ଯୁଦ୍ଧ ଲାଗିଅଛି
ହୁଏ ବଡ ଘମାଘୋଟିଆ
ଲୋକମାନେ ପରା ମରୁଛନ୍ତି ନିତି
କଥା ନୁହଁ ଇଏ ଛୋଟିଆ
କେତେ ଗୁଳିଗୋଳା ବୋମାମାଡ଼ ହୁଏ
ସତେକି ରୋଷଣୀ ଯାତରା,
ଜାଣିଛୁଟି ଆରେ ଚକରା!

ବୋଉ କହେ ଗ୍ଯାସ ଜାଳିବନି ବୋଲି
ପେଟ୍ରୋଲ, ଡିଜେଲ ମିଳୁନାହିଁ
ବାପା ଆଣିଛନ୍ତି ବିଜୁଳି ଚୁଲ୍ଲୀ ଟେ
ମିଟର ଉଠୁଛି ଘାଇଁ ଘାଇଁ
ଦରକାର ନଥିଲେ ବୁଲ ନାହିଁ ବେଶୀ
ସରକାର ଦେଲେଣି ଡାକରା,
ଶୁଣିଛୁ କି ଆରେ ଚକରା?

ବିରସ ମନରେ ଚକରା କହୁଛି
ହଁ, ଟିଭିରେ ଦେଖିକି ଖବର
ଜେଜ କହୁଥିଲେ ଏଇ ସବୁ କଥା
ରଖନ୍ତି ସେ ଭାରି ନଜର
ଛୁଟି ହେଇଛି ମୁଁ, ସ୍କୁଟି ଶିଖିବାକୁ
ଭାବିଥିଲି ଯିବି ନଖରା,
କି ହେବ ଆଉରେ ମକରା!

ମକରା କହୁଛି ଚକରା,
ଯୁଦ୍ଧ ମାଡି ମାଡି ଇଆଡେ ନଆସୁ
ନଭାଂଗୁରେ ଖୁସି ପସରା।

∎

କୋଟି ତୀର୍ଥ ଲେନ୍
ଭୁବନେଶ୍ୱର-୨
ମୋ-୯୪୩୭୦ ୧୪୩୨୨

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜୁନ :୨୦୨୬ , ତୃତୀୟ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

05-06-2026 / 12:02:14

ସାମ୍ପ୍ରତିକ ପରିସ୍ଥିତିକୁ ନଜର ଦେଇ ଭଲ କବିତା ଲେଖିଛନ୍ତି।

ତପନ କୁମାର ସ୍ବାଇଁ

03-06-2026 / 06:45:36

ଯୁଦ୍ଧ ଦ୍ଵାରା ବିଶ୍ବ ଅର୍ଥନୀତି ଉପରେ ସୁନ୍ଦର ଆଲୋକପାତ କବିତା ମାଧ୍ୟମରେ କରିଛନ୍ତି ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion