କବିତା
ଆସିଲା ବରଷା କାଳ

ଆସିଲା ବରଷା କାଳ
ଆକାଶରେ ମେଘ ପବନ ବେଗରେ
ଏଣେ ତେଣେ ମାଳ ମାଳ।
ଗ୍ରୀଷମ ଉତ୍ତାପ ଜାଣି
ମେଘ ମାଳ ସବୁ ବିଚାର କରିଲେ
ବରଷା ଧରାକୁ ଆଣି।
ଖ ଇ ଫୁଟୁଥିବା ମାଟି
ଦୁବଲଟା ସବୁ ଶୁଖି ଥିଲେ ଯେତେ
ସବୁଜ ରଙ୍ଗରେ ଉଠି।
ଭୂମିକୁ କରିଲେ ଶୋଭା
ସବୁଜ ସମ୍ଭାରେ ଭୂସ୍ବର୍ଗ ଭୂମି ଟି
ଦିଶୁଅଛି ମନ ଲୋଭା।
କୃଷକ ଭାଈର ମନ
ପବନ ବେଗରେ ମହୁମାଛି ସମ
ବ୍ୟସ୍ତ ହୁଏ ରାତି ଦିନ।
∎
ଟିଟିଲାଗଡ଼, ବଲାଙ୍ଗୀର

ଲେଖା ସମ୍ପର୍କୀୟ ମତାମତ
ବିରଞ୍ଚି ନାରାୟଣ ଦାଶ
03-07-2025 / 15:38:35
ସୁନ୍ଦର କବିତାଟିଏ।
ଜୟକୃଷ୍ଣ ସାହୁ
01-07-2025 / 16:57:51
କୁନି କଵିତାଟି ପଢ଼ିଲି। ଭଲଲାଗିଲା। ଧନ୍ୟବାଦ।
Sanjukta parichha
01-07-2025 / 11:21:24
ବର୍ଷାକୁ ନେଇ ଭଲ କବିତା ଟିଏ ।