କବିତା
ଆମେରେ ଶିଶୁ

ଆମେରେ ଶିଶୁ କଳିକା ଆମେ
ଯେତେ ଭଉଣୀ ଭାଇ
ଫୁଟିବୁ ଦିନେ ବିତରି ବାସ
ଦେଶର ଗୀତି ଗାଇ ।
ସବୁରି ଜନ ମନ ପରାଣେ
ପୁଲକ ଦେବୁ ଭରି
ଡ଼ରିବୁ ନାହିଁ ହାରିବୁ ନାହିଁ
ହଟାଇ ଦେବୁ ଅରୀ ।
ତ୍ରିରଂଗା ବାନା ଶାନ୍ତି ମଇତ୍ରୀ
ବାରଣ ସଦା ଦିଏ
ସ୍ଵାଧୀନ ଦେଶ ଶିଶୁ ପାଇଁକି
ସଂକେତ ଆମ ସିଏ ।
ପ୍ରଗତି ପଥେ ଯିବୁ ଆଗେଇ
ଜ୍ଞାନ ଆଲୋକ ଜାଳି
ଦୂରେଇ ଦେବୁ ତମସା ଯେତେ
ଦେବୁନି କେବେ ଟଳି ।
ମାଆର ମଥା ରଖୁବୁ ଉଚ୍ଚେ
କରିବୁ ଜୟ ଗାନ
ଜୀବନବାଜି ଲଗାଇ ଦେବୁ
ମଣିବୁ ଭାଗ୍ୟବାନ ।
“ ଗଢିବୁ ଦେଶ ରଖୁବୁ ଯଶ
ସୁନାମ ଯିବ ଖେଳି
ଦେବୁନି କେବେ ମାଟି ମାଆର
ଦେହେ କାଳିମା ବୋଳି” ।

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
04-07-2025 / 19:25:37
ଭଲ ଲାଗିଲା କବିତା ଟି